ବୌଦ୍ଧ ପୁଲିସର କମ୍ବିଂ ଅପରେସନ୍‌; ପୁଣି ଏକ ମାଓବାଦୀ କ୍ୟାମ୍ପ ଠାବ

Advertisment
ବୌଦ୍ଧ ପୁଲିସର କମ୍ବିଂ ଅପରେସନ୍‌; ପୁଣି ଏକ ମାଓବାଦୀ କ୍ୟାମ୍ପ ଠାବ

ବୌଦ୍ଧ: ଦୁଇ ଦିନ ଧରି ଚାଲିଥିବା କମ୍ବିଂ ଅପରେସନରେ ବୌଦ୍ଧ ପୁଲିସ ବିପୁଳ ମାଓବାଦୀ ସାମଗ୍ରୀ ସହ ବିସ୍ଫୋରକ ଜବତ କରିଛି। ଏନେଇ ଶୁକ୍ରବାର ରାତିରେ ଏସ୍‌ପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ଅନୁସାରେ, ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ରହିଥିବା ସୂଚନା ମିଳିଥିଲା। ବୁଧବାର ଏସ୍‌ଓଜି ଯବାନ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ।

ଗୁରୁବାର ମଧ୍ୟାହ୍ନରେ ମାଓବାଦୀ ହଠାତ୍‌ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିବା ସହ ବୋମା ଫିଙ୍ଗିଥିଲେ। ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳନା କରିଥିଲେ। ପ୍ରାୟ ୨୦/୨୫ ମିନିଟ ଗୁଳି ବିନିମୟ ହେବା ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷା କର୍ମୀ ପ୍ରାୟ ୮୦ ରାଉଣ୍ଡ ଗୁଳି ଚାଳନା କରିଥିବା ବେଳେ ମାଓବାଦୀ ପ୍ରାୟ ୨୦୦ ଶହ ରାଉଣ୍ଡ ସହ ବୋମା ଫିଙ୍ଗିଥିଲେ। ଜୋରଦାର କମ୍ବିଂ ଅପରେସନ କରାଯିବା ବେଳେ ଏକ ବଡ଼ଧରଣର ମାଓବାଦୀ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ବିପୁଳ ପରିମାଣରେ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ସହ ୧୨ଟି ଆଇଡି ଉଦ୍ଧାର କରାଯାଇଛି।

କ୍ୟାମ୍ପରେ ପ୍ରାୟ ୩୦-୪୦ ମାଓବାଦୀ ଥିବା ଆଶଙ୍କା କରାଯାଉଛି। ମାଓବାଦୀମାନେ କେକେବିଏନ୍‌ ଗୋଷ୍ଠୀର ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ରାବଣେଶ୍ବର ଜଙ୍ଗଲରୁ ମଧ୍ୟ ଏକ ମାଓବାଦୀ କ୍ୟାମ୍ପ ଠାବ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe