ନୂଆପଡ଼ାରେ ନକ୍ସଲ କ୍ୟାମ୍ପ ଠାବ: ଟିଫିନ୍‌ ବୋମା, ୨୦ ଜିଲୋଟିନ୍‌ ସହ ବିପୁଳ ବିସ୍ଫୋରକ ଜବତ

ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀମାନେ ଏକ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଯବାନମାନେ ତାକୁ ପଣ୍ଡ କରିଛନ୍ତି। ତଲାସି ସମୟରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରୁ ଏକ ମାଓ କ୍ୟାମ୍ପ....

adgadgdazvzvc

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀମାନେ ଏକ ବଡ଼ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଯବାନମାନେ ତାକୁ ପଣ୍ଡ କରିଛନ୍ତି। ତଲାସି ସମୟରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରୁ ଏକ ମାଓ କ୍ୟାମ୍ପ ଠାବ କରାଯାଇଥିବାବେଳେ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଜିଆର୍‌ ରାଘବେନ୍ଦ୍ର କହିଛନ୍ତି, ଗତ ୫ ତାରିଖରେ ସିନାପାଲି ଥାନା ଝାରବନ୍ଧ ଗାଁ ନିକଟ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ରହିଥିବା ନେଇ ଜିଲ୍ଲା ପୁଲିସକୁ ସୂଚନା ମିଳିଥିଲା। 

ଏହି ଆଧାରରେ ଡିଭିଏଫ୍‌ ଟିମ୍‌ ସୋମବାର ସକାଳେ ଏକ ମାଓ କ୍ୟାମ୍ପ ଠାବ କରି ସେଠାରୁ ଏକ ଟିଫିନ୍‌ ବୋମା, ୨୦ଟି ଜିଲୋଟିନ୍‌, ଗୋଟିଏ ଇଲେକ୍ଟ୍ରି ଡିଟୋନେଟର ସହ ବିପୁଳ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ। ମାଓବାଦୀମାନେ ସୁରକ୍ଷା ବାହିନୀ ଓ ସାଧାରଣ ଲୋକଙ୍କୁ ଆକ୍ରମଣ କରି କୌଣସି ଏକ ବଡ଼ ଅଘଟଣ ଘଟାଇବାକୁ ଯୋଜନା କରୁଥିଲେ। ତେବେ ସୁରକ୍ଷା ବାହିନୀ ଠିକ୍‌ ସମୟରେ ଅପରେସନ୍‌ ‌କରି ମାଓବାଦୀଙ୍କ ଯୋଜନାକୁ ପଣ୍ଡ କରିଥିଲେ। ଯବାନଙ୍କ କମ୍ବିଂ ଅପରେସନ୍‌ ଜାରି ରହିଥିବା ଏସ୍‌ପି ଶ୍ରୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe