ପାଟଦରା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ: ୮ ଲକ୍ଷ ଟଙ୍କା, ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଜବତ

ଛତିଶଗଡ଼ରେ ଗୁରୁବାର ଯବାନଙ୍କ ଗୁଳିରେ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ରାଜ୍ୟର ସୀମାରେ ସର୍ଚ ଅପରେସନ୍ ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ନୂଆପଡ଼ା ଜିଲ୍ଲା ପାଟଦରା ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପକୁ ଧ୍ବଂସ କରିଛନ୍ତି ଯବାନ।

fff

ନୂଆପଡ଼ା: ଛତିଶଗଡ଼ରେ ଗୁରୁବାର ଯବାନଙ୍କ ଗୁଳିରେ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ରାଜ୍ୟର ସୀମାରେ ସର୍ଚ ଅପରେସନ୍ ଜାରି ରହିଛି। ଏହି କ୍ରମରେ ଶୁକ୍ରବାର ନୂଆପଡ଼ା ଜିଲ୍ଲା ପାଟଦରା ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପକୁ ଧ୍ବଂସ କରିଛନ୍ତି ଯବାନ। ସୂଚନା ଅନୁସାରେ, ବୋଡ଼େନ ଥାନା ପାଟଦରା ନିକଟସ୍ଥ ଛତାପାନି ଗ୍ରାମର ସଂରକ୍ଷିତ ଜଙ୍ଗଲରେ ଯବାନମାନେ ସର୍ଚ ଅପରେସନ୍ ଚଳାଇଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ କରିଥିଲେ। ତେବେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। 

ଏହି କ୍ୟାମ୍ପରୁ ଏକ ବନ୍ଧୁକ, ଗୋଟିଏ ରକ୍ତଚାପ ପରୀକ୍ଷା ଯନ୍ତ୍ର, ଗୋଟିଏ ଏକ୍ସିପଡ‌୍ ବ୍ୟାଟେରି, ୨ଟି ସୌର ପ୍ୟାନେଲ୍‌, ଗୋଟିଏ ପ୍ରେସର୍‌କୁକର, ୨ଟି ଟର୍ଚ୍ଚଲାଇଟ୍, ତେଜରାତି ସାମଗ୍ରୀ, ହିନ୍ଦୀ କ୍ୟାଲେଣ୍ଡର, ରନ୍ଧା ସାମଗ୍ରୀ, ପୋଷାକ, ପେନ୍‌ସିଲ ବ୍ୟାଟେରି ଆଦି ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ମାଓବାଦୀଙ୍କ ହିଂସାତ୍ମକ କାର୍ଯ୍ୟକୁ ପ୍ରତିହତ କରିବା ଲାଗି ଯବାନମାନେ ଉଭୟ ରାଜ୍ୟ ସୀମାନ୍ତରେ ଖାନ୍‌ତଲାସ ଅଭିଯାନକୁ ଜୋରଦାର କରିଥିବା ନୂଆପଡ଼ା ଏସ୍‌ପି ଜି.ଆର୍‌.ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ସେହିପରି ସୀମାନ୍ତରେ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପଣ୍ଡରିପାଣି ଗାଁ ନିକଟ ପାହାଡ଼ରେ ଏକ ମାଓ କ୍ୟାମ୍ପ ଠାବ କରାଯାଇଛି। ସେଠାରୁ ନଗଦ ୮ ଲକ୍ଷ ଟଙ୍କା, ୧୩ଟି ଜିଲୋଟିନ୍‌, ମାଓ ବ୍ୟାନର, ଡାଏରି, ମାଓ ସାହିତ୍ୟ ଆଦି ଜବତ କରାଯାଇଛି। ଏହି କ୍ୟାମ୍ପ ଧମତରୀ-ଗରିଆବନ୍ଧ-ନୂଆପଡ଼ା ମାଓବାଦୀ ଡିଭିଜନ୍‌ର ବୋଲି ଗରିଆବନ୍ଧ ଏସ୍‌ପି ନିଖିଲ ରଖେଚା ସୂଚନା ଦେଇଛନ୍ତି। ଏହି ସର୍ଚ ଅପ‌ରେସନ୍‌ରେ ଛତିଶଗଡ଼ ପୁଲିସର ଏସ୍‌ଟିଏଫ୍‌, କୋବ୍ରା, ସିଆର୍‌ପିଏଫ୍‌ ଯବାନ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe