ଦରଭାରେ ଏନ୍‌କାଉଣ୍ଟର : ମହୁପଦର ଡେପୁଟି କମାଣ୍ଡର ଶାନ୍ତି ନିହତ

Advertisment
ଦରଭାରେ ଏନ୍‌କାଉଣ୍ଟର : ମହୁପଦର ଡେପୁଟି କମାଣ୍ଡର ଶାନ୍ତି ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ଦରଭା ଡିଭିଜନର ମହୁପଦର ଏଲଓସି ଡେପୁଟି କମାଣ୍ଡର ଶାନ୍ତି ଗତକାଲି ରାତିରେ ଏନକାଉଣ୍ଟରରେ ନିହତ ହୋଇଛି। ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଦରଭା ଠାରେ ଗତକାଲି ପୁଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ କ୍ୟାଡର ମହିଳା ନକ୍ସଲ ମୃତ୍ୟୁବରଣ କରିଥିବା ପୁଲିସ କହିଛି। ସ୍ଥାନୀୟ ଏସଡିପିଓଙ୍କ କହିବା ଅନୁଯାୟୀ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ଏହି ଶବକୁ ଦରଭା ଡିଭିଜନର ଡେପୁଟି କମାଣ୍ଡର ଶାନ୍ତି ବୋଲି ଚିହ୍ନଟ କରିଛନ୍ତି। ଶାନ୍ତି ନାଁରେ ସରକାର ଏକ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ପିଏଲଜିଏ ସପ୍ତାହ ପୂର୍ବରୁ ମହିଳା ନକ୍ସଲ କମାଣ୍ଡରକୁ ମାରିବା ବଡ଼ ସଫଳତା ବୋଲି କୁହାଯାଇଛି। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସହିଦ ସପ୍ତାହ ପାଇଁ ଛତିଶଗଡ ପୁଲିସ ଜୋରଦାର ଅପରେସନ ଆରମ୍ଭ କରିଦେଇଛି। କୌଣସି ଅଘଟନକୁ ଏଡାଇବା ପାଇଁ କୁମ୍ବିଂ କରୁଥିବା ଜଣାପଡିଛି।

publive-image

ଅନ୍ୟପଟେ ସୀମାନ୍ତ ଛତିଶଗଡ ଏବଂ ମହାରାଷ୍ଟ୍ର ମଧ୍ୟରେ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ପ୍ରାୟ ୩ କୋଟି ଟଂକାର ଯାନବାହାନକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe