ବୌଦ୍ଧ ଜିଲ୍ଲାରେ ନକ୍ସଲ ସକ୍ରିୟ: ମାଓକ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

Advertisment
ବୌଦ୍ଧ ଜିଲ୍ଲାରେ ନକ୍ସଲ ସକ୍ରିୟ: ମାଓକ୍ୟାମ୍ପ ଠାବ, ବିପୁଳ ସାମଗ୍ରୀ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ମାଓବାଦୀ ସକ୍ରିୟ ଅଛନ୍ତି। ମନମୁଣ୍ଡା ଥାନା ଅଞ୍ଚଳରେ ମାଓବାଦୀ ଡେରା ପକାଇଥିବା ପ୍ରମାଣ ମିଳିଛି। ରାବଣେଶ୍ବର ଘଞ୍ଚ ଜଙ୍ଗଲରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ସୁରକ୍ଷା କର୍ମୀମାନେ ଏକ ମାଓ କ୍ୟାମ୍ପକୁ ଠାବ କରିଛନ୍ତି। ବଲାସିଙ୍ଗା ରିଜର୍ଭ ଅଫିସରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। କ୍ୟାମ୍ପରୁ ମହିଳା ପୋଷାକ, କଣ୍ଡମ, ଗର୍ଭନିରୋଧକ ବଟିକା, ଗର୍ଭ ପରୀକ୍ଷା କିଟ ମିଳିଥିବାରୁ ମହିଳା ମାଓବାଦୀ ଥିବା ଓ ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ରହୁଥିବା କହିଛନ୍ତି।

ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନରେ ଥିବା ରାବଣେଶ୍ବର ଜଙ୍ଗଲରେ ୩୫ରୁ ୪୦ ଜଣ ମାଓବାଦୀ ବୁଲୁଥିବା ଚଳିତ ମାସ ୧୬ ତାରିଖରେ ଗୁଇନ୍ଦା ସୂତ୍ରରୁ ଏସପିଙ୍କୁ ସୂଚନା ମିଳିଥିଲା। ୧୯ ତାରିଖ ସକାଳେ ଏସଓଜି ଓ ଡିଭିଏଫ ଦଳ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ପ୍ରଥମେ ଗୁଳି ଓ ବୋମାରେ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀଙ୍କ ସହ ପ୍ରାୟ ୫୦ ମିନିଟର ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। କମ୍ବିଂ ସମୟରେ ଏକ ମାଓ କ୍ୟାମ୍ପ ଠାବ କରି ସେମାନେ ବ୍ୟବାହାର କରୁଥିବା ବିଭିନ୍ନ ସାମଗ୍ରୀ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe