ଘଞ୍ଚ ଜଙ୍ଗଲରେ ମାଓ ଡ଼ମ୍ପ ଠାବ: ଟିଫିନ ବୋମା, ବିଜିଏଲ ଓ ବିସ୍ଫୋରକ ଜବତ

Advertisment
ଘଞ୍ଚ ଜଙ୍ଗଲରେ ମାଓ ଡ଼ମ୍ପ ଠାବ: ଟିଫିନ ବୋମା, ବିଜିଏଲ ଓ ବିସ୍ଫୋରକ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଧମତରୀ ଓ ଗରିଆବନ୍ଧ ପୁଲିସକୁ ବଡ଼ ସଫଳତା ମିଳିଛି। ମାଓ ପ୍ରବଣ ଅଂଚଳରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ପୁଲିସକୁ ଓଡ଼ିଶା ରାଜ୍ୟ କମିଟିର ଧମତରୀ-ଗରିଆବନ୍ଧ-ନୂଆପଡ଼ା ଡିଭିଜନର ମାଓବାଦୀମାନେ ଲୁଚାଇ ରଖିଥିବା ୩୮ ଲକ୍ଷ ଟଙ୍କା ଏକ ଡମ୍ପରୁ ମିଳିଛି। ଏହି ୩୮ ଲକ୍ଷ ଟଙ୍କାରେ ୨ ହଜାର ଟଙ୍କିଆ ନୋନ୍‌ ୬ ବଣ୍ଡଲ, ୫ ଶହ ଟଙ୍କିଆ ନୋଟ ୫୨ ବଣ୍ଡଲ ରହିଛି। ବିମୁଦ୍ରୀକରଣ ବେଳେ ନକ୍ସଲ ଲୁଚାଇ ରଖିଥିବା ଏହି ଟଙ୍କାକୁ ବଦଳାଇ ପାରିନଥିବା ଜଣାପଡିଛି।

publive-image

ଧମତରୀ ଓ ଗରିଆବନ୍ଧ ସୀମାନ୍ତ ଗୋବରା ଓ ପେଣ୍ଡ୍ରା ଜଂଗଲର ବିଭିନ୍ନ ସ୍ଥାନରେ ନକ୍ସଲ ପ୍ରାୟ ଦଶ ଫୁଟ ଗାତ ଖୋଲି ସେଥିରେ ଏହି ଟଂକା ରଖିଥିଲେ। ପୁଞ୍ଜିପତି, ଠିକାଦାର ଏବଂ ଧନିକ ଶ୍ରେଣୀର ଲୋକଙ୍କ ଠାରୁ ଆଦାୟ ହୋଇଥିବା ଏହି ଟଙ୍କାକୁ ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଗୋଳାବାରୁଦ,ବନ୍ଧୁକ ଇତ୍ୟାଦି କିଣିବାରେ ଖର୍ଚ୍ଚ କରିଥାନ୍ତେ। କିନ୍ତୁ ନକ୍ସଲଙ୍କ ଯୋଜନାକୁ ପୁଲିସ  ବିଫଳ କରିଛି। କେବଳ ଟଙ୍କା ନୁହେଁ ସେହି ଡମ୍ପରୁ ୨୩ଟି ବିଜିଏଲ, ୨ଟି ଟିଫିନ ବୋମା, ୧୩ଟି ଡିଟୋନେଟର, ଗୋଟିଏ ବଣ୍ଡଲ ଫ୍ୟୁଜ ତାର, ଦୁଇ କିଲୋ ଖୋଲା ବାରୁଦ, ସେନ୍‌ସର ରିମୋଟ, ବିଦ୍ୟୁତ ତାର, ମାଓ ପୋଷାକ, କଳା ପୋଷାକ ସହ ବୋମା ତିଆରି ଜିନିଷ ମହଜୁଦ ରହିଥିଲା। ପୁଲିସ ଓ ସିଆରପିଏଫର ମିଳିତ ଚଢ଼ାଉରେ ଏହି ସଫଳତା ମିଳିଥିବା ପୁଲିସ କହିଛି। ଏବେ ବି ଏହି ଅଂଚଳର ବିଭିନ୍ନ ସ୍ଥାନରେ ନକ୍ସଲ ବିସ୍ଫୋରକ ସହ ଟଂକା ଲୁଚାଇ ରଖିଥାଇପାରନ୍ତି ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe