ପୁଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟ, କ୍ୟାଡର ମାଓବାଦୀ ନିହତ

Advertisment
ସାଧାରଣ ଜୀବନ ବିତାଉଥିବା ମହିଳା ନକ୍ସଲକୁ ଗିରଫ କରିଛି ପୁଲିସ: ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜଲ୍ଲାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ଦିନ୍ତେୱାଡା ଡିଆରଜି ଯବାନ କଟେକଲ୍ୟାଣ ଥାନା ଅନ୍ତର୍ଗତ ଏଟାପାଲ ଅଂଚଳରେ କମ୍ବିଂ ଅପରେସନରେ ଥିବା ବେଳେ ପୂର୍ବରୁ ଏଠାରେ କ୍ୟାମ୍ପ କରି ରହିଥିବା ନକ୍ସଲମାନେ ଅତର୍କିତ ଭାବେ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଦୁଇ ପକ୍ଷରୁ ଗୁଳିବିନିମୟ ଘଟିଥିଲା।ପରେ ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ପଛଘୁଞ୍ଚା ଦେଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଯବାନ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀର ଶବକୁ ଉଦ୍ଧାର କରିଛନ୍ତି। ମୃତ ନକ୍ସଲକୁ ଚିହ୍ନଟ କରାଯାଇଛି। ଏରିଆ କମିଟି ମେମ୍ବର ମାଧବୀ କୋସା ବୋଲି ପୁଲିସ କହିଛି। ମାଧବୀ କୋସା ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମାଧବୀ କୋସା ନାମରେ ପ୍ରାୟ ୨୦ଟି କେଶ ରହିଥିବା ପୁଲିସ କହିଛି। ଯବାନ ଏହି ଅଂଚଳରେ କମ୍ବିଂ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe