ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ଯୁବକ ଗିରଫ

ଛତିଶଗଡ଼ରେ ସୁରକ୍ଷାବାହିନୀ ସହ ନକ୍ସଲ ମୁହାଁମୁହିଁ; ପୁଲିସର ଗୁଳିରେ ୪ ମାଓବାଦୀ ଆହତ

Telangana Today

ଫୁଲବାଣୀ: ବିପୁଳ ପିରିମାଣର ମାଓ ସାମଗ୍ରୀ ସହିତ ଗୋଛାପଡ଼ା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଶୁକ୍ରବାର ଗୋଛାପଡ଼ା ଥାନା ଅନ୍ତର୍ଗତ ପକାରି ଗାଁ ନିକଟରୁ ସମ୍ପୃକ୍ତ ଯୁବକ ମନବୋଧ ଦିଗାଳ (୩୦)କୁ ଗିରଫ କରିଛି। ପୁଲିସର କହିବା ଅନୁସାରେ, ଯୁବକ ମନବୋଧ ଦିଗାଳ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା। ମନବୋଧର ନିଜ ଘର ପକାରି ପଞ୍ଚାୟତର ସରୁପଡ଼ା ଗାଁରେ ବୋଲି ଗୋଛାପଡ଼ା ଥାନାଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି। ପୁଲିସ ମନବୋଧ ନିକଟରୁ ମାଓ ପୋଷ୍ଟର, ୨ଟି ମାଓ ବ୍ୟାନର, ଜିଲୋଟିନ୍‌ ଷ୍ଟିକ୍‌, ଜେନେଟିକ୍‌ ଆଇଡି ଜବତ କରିଥିବା ସୂଚନା ଦେଇଛନ୍ତି ଫୁଲବାଣୀ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲିକ। ମନବୋଧ ଗତ ୩ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିଲା।

୨୦୨୧ ମସିହାରେ ଗୋଛାପଡ଼ା ଥାନା ଅନ୍ତର୍ଗତ ପକାରିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମନବୋଧ ସମ୍ପୃକ୍ତ ଥିବା କଥା ଏସ୍‌ଡିପିଓ ଶ୍ରୀ ମଲିକ କହିଛନ୍ତି। ସେହି ସମୟରେ ପୁଲିସ ମନବୋଧ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ସେହିଦିନଠାରୁ ପୁଲିସ ତାକୁ ଖୋଜୁଥିଲା। ଶୁକ୍ରବାର ତା' ସମ୍ପର୍କରେ ଖବର ପାଇ ପୁଲିସ ପକାରିଠାରେ ଚଢ଼ାଉ କରି ମନବୋଧକୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ମନବୋଧର ସ୍ତ୍ରୀ ପୁନିତୀ ଦିଗାଳ ସ୍ବାମୀ ନିଖୋଜ ହୋଇଯାଇଥିବା ନେଇ ପୂର୍ବରୁ ଗୋଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe