କନ୍ଧମାଳରେ ମାଓ ଦମନ ଅଭିଯାନ: ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି

କନ୍ଧମାଳରେ ମାଓ ଦମନ ଅଭିଯାନ: ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି

ଫୁଲବାଣୀ: କନ୍ଧମାଳରେ ପୁଲିସକୁ ବଡ଼ ସଫଳତା ମିଳିଛି। ବାଲିଗୁଡ଼ା ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ମାଓ ଶିବିର ଠାବ ହୋଇଥିବା ବେଳେ ମାଓ ସାମଗ୍ରୀ ଜବତ ହୋଇଛି। ମାଓବାଦୀମାନେ କୌଣସି ଏକ ବଡ଼ଧରଣର ଅଘଟଣ ଘଟାଇବା ପୂର୍ବରୁ ପୁଲିସ ହାତରେ ଧରାପଡ଼ିଯିବା ଭୟରେ ଛତ୍ରଭଙ୍ଗ ଦେଇ ପଳାୟନ କରିଛନ୍ତି।

ପୁଲିସ ପକ୍ଷରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ, ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗତ ୧୪ ତାରିଖ ଦିନ ଠାରୁ ଏସ୍‌ଓଜି ଯବାନ ଓ ଡିଭିଏଫ୍‌ ଯବାନମାନେ ଏକ ମାଓ ଦମନ ଅଭିଯାନ ଆରମ୍ଭ କରିଥିଲେ। ଏହି ସର୍ଚ୍ଚ ଅଭିଯାନ ସମୟରେ ସୁରକ୍ଷାକର୍ମୀମାନେ ଗତ ୧୭ ତାରିଖ ଦିନ ବାଲିଗୁଡ଼ା ଥାନା ଅନ୍ତର୍ଗତ ତିଲକି ଗାଁ ନିକଟରେ ମାଓ ଶିବିର ଠାବ କରିଥିଲେ।

publive-image

ସୁରକ୍ଷା କର୍ମୀଙ୍କୁ ମାଓବାଦୀଙ୍କ ଶିବିରରୁ ୨ଟି ପ୍ଲାଷ୍ଟିକ ବାଲ୍ଟି, ପାଣି ଜାର ୬ଟି, ୪ଟି ଟିଫିନ୍‌ ବକ୍ସ, ଷ୍ଟିଲ ସାବୁନ କେସ୍‌, ୨ଟି ଛତା, ଗୋଟିଏ ଟର୍ଚ୍ଚ ଲାଇଟ୍‌, ପତ୍ରିକା, ଆଲୁମିନିୟମ ଡିସ୍‌ ସହ କଭର, ୩ଟି ପଲିଥିନ ସିଟ୍‌, ଗୋଟିଏ ସୋଲାର ପ୍ଲେଟ୍‌, ଗୋଟିଏ ସୋଲାର ଲାଇଟ୍‌, ଗୋଟିଏ କୁରାଢ଼ି, ଗୋଟିଏ ଅଣ୍ଟା ବେଲ୍ଟ, ୪ଟି ଆଲୁମିନିୟମ ତାର, ହଳେ ସ୍ଲିପର, ଆଲୁମିନିୟମ ଫ୍ରାଏ ପେନ୍‌, ୩ଟି ପାଣି ବୋଟଲ, ଗୋଟିଏ ଷ୍ଟିଲ ପ୍ଲେଟ୍‌, ୪ଟି ଷ୍ଟିଲ ମଗ୍‌, ୫୦୦ଗ୍ରାମ ଅମୁଲ, ୨୪ ଗ୍ରାମ ଚା’ଗୁଣ୍ଡ ଆଦି ମିଳିଛି। ତେବେ ମାଓବାଦୀମାନେ ଧରାପଡ଼ି ନ ଥିବାରୁ ଛତ୍ରଭଙ୍ଗ ଦେଇ ପଳା କରିଥିବା ସନ୍ଦେହ ହେଉଛି। ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚଅପରେସନ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe