ସହିଦ ସପ୍ତାହରେ ନକ୍ସଲଙ୍କୁ ଝଟକା: ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

Advertisment
ସହିଦ ସପ୍ତାହରେ ନକ୍ସଲଙ୍କୁ ଝଟକା: ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

କୋରାପୁଟ: ମାଓବାଦୀମାନେ ଗତ ମାସ ୨୮ ତାରିଖରୁ ସହିଦ ସପ୍ତାହ ପାଳନ କରୁଛନ୍ତି। ଏହା ଆସନ୍ତା ୩ ତାରିଖ ଯାଏଁ ଜାରି ରହିବ। ଦକ୍ଷିଣ-ପଶ୍ଚିମ ଓଡ଼ିଶା ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ବେଶ ସକ୍ରିୟ ଅଛନ୍ତି। ମାଓ ମୁକାବିଲା ପାଇଁ ସୁରକ୍ଷା ବାହିନୀର ଯବାନମାନେ ଅପରେସନ କରୁଛନ୍ତି। ଏହାରି ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ବିଏସ୍‌ଏଫ୍‌ ଓ ଡିଭିଏଫ୍‌ ଯବାନମାନେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛନ୍ତି।

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଫରେଷ୍ଟ ଏରିଆର ଆମ୍ବଗାଡ଼ିଲି, ମାଳିଗୁଡା ଓ ଗରମପାଣି ଗ୍ରାମ ନିକଟ ଜଙ୍ଗଲରୁ କୁମ୍ଭୀଙ୍ଗ ବେଳେ ମାଟିତଳୁ  ବିସ୍ଫୋରକ ସାମଗ୍ରୀ ମିଳିଛି। ଏଥିରେ ୯ଟି ପଏଣ୍ଟ ୩୦୩ ବଲ ଆମୁନେସନ, ୪୮ଟି ଏକେ୪୭ ଗୁଳି, ୧୦୮ଟି ପଏଣ୍ଟ ୨୨ ଇଞ୍ଚର ଗୁଳି, ୨ଟି ଚାର୍ଜର କ୍ଲିପ, ୨ଟିଓର ଜେଲ, ୧.୫କେଜିର ନଟ ବୋଲଟ ସହ ୯୫ଟି ଜିଲୋଟିନ ଜବତ ହୋଇଛି।

ଗୁଇନ୍ଦା ସୂଚନା ମୁତାବକ ଗତ ୩୧ ତାରିଖରେ ଆଣ୍ଟି ନକ୍ସଲ ଅପରେସନ ବେଳେ ଏ ସବୁ ଜବତ କରାଯାଇଛି। ଏଥିରେ କୋରାପୁଟ ଡିଭିଏଫ ଓ ୧୫୧ ବାଟାଲିୟନ ବିଏସଫର ଯବାନମାନେ ସାମିଲ ଥିଲେ। ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସ୍‌ପି ବରୁନ ଗୁଣ୍ଟୁପାଲି ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe