ପୁଲିସ-ନକ୍ସଲ ଗୁଳିବିନିମୟ: ଖସି ପଳାଇଲେ କ୍ୟାଡର ମାଓବାଦୀ, ୩ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ପରେ କନ୍ଧମାଳରେ କମ୍ବିଂ ଜୋର୍‌ଦାର

India Today

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିୟ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ନକ୍ସଲ କ୍ୟାମ୍ପ ଉପରେ ବିଜାପୁର ପୁଲିସ ଚଢଉ କରିଥିଲା। ନକ୍ସଲ ପୁଲିସକୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ତେବେ ନକ୍ସଲ ପୁଲିସର ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଇନସାସ, ଗୋଟିଏ ଏସଏଲଆର, ଗୋଟିଏ ୩୦୩ ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି।

ତେବେ ପ୍ରାୟ ୭୨ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଚାଲିଥିବା ଏସପି ଆଞ୍ଜନେୟ ବିଷ୍ଣୋୟ ପ୍ରକାଶ କରିଛନ୍ତି। ଜଂଗଲରେ ସର୍ଚ୍ଚ ଅପରେସନ ବେଳେ ଜଣେ ଆହତ ନକ୍ସଲ ଚିକିତ୍ସିତ ହେଉଥିବା ବେଳେ ଗିରଫ ହୋଇଛି। ବର୍ଷା ଲଗାତାର ଲାଗି ରହିଥିବାରୁ ସର୍ଚ୍ଚ ଅପରେସନରେ ଅସୁବିଧା ହେଉଥିବା ଏସପି କହିଛନ୍ତି। କିନ୍ତୁ ସୁରକ୍ଷାବାହିନୀର ଯବାନମାନେ ନିଜର ଅଭିଯାନରେ ଲାଗି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe