ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ମାତିଲେ ନକ୍ସଲ; ପୂର୍ବତନ ବିଧାୟକଙ୍କ ଅଙ୍ଗରକ୍ଷୀଙ୍କ ଗଳା କାଟିଲେ

Advertisment

ଅନ୍ୟ ଅଙ୍ଗରକ୍ଷୀ ନିଖୋଜ, ବର୍ତ୍ତି‌ଲେ ପୂର୍ବତନ ବିଧାୟକ

ଅନ୍ୟ ଅଙ୍ଗରକ୍ଷୀ ନିଖୋଜ, ବର୍ତ୍ତି‌ଲେ ପୂର୍ବତନ ବିଧାୟକ

ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ମାତିଲେ ନକ୍ସଲ; ପୂର୍ବତନ ବିଧାୟକଙ୍କ ଅଙ୍ଗରକ୍ଷୀଙ୍କ ଗଳା କାଟିଲେ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇ ଚାଲିଛନ୍ତି ନକ୍ସଲ। ଆଜି ମନୋହରପୁର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଗୁରୁଚରଣ ନାୟକଙ୍କୁ ନକ୍ସଲମାନେ ଗୁଳିମାଡ଼ କରିଛନ୍ତି। ଗୁରୁଚରଣ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁଚରଣଙ୍କ ତିନି ଅଙ୍ଗରକ୍ଷୀଙ୍କ ମଧ୍ୟରୁ ଜଣଙ୍କର ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତ ଜଣକ ହେଲେ ଶଙ୍କର ନାୟକ। ଠାକୁର ହେମ୍ବ୍ରମ୍‌ ଘଟଣାସ୍ଥଳରୁ ନିଖୋଜ ହୋଇଯାଇଛନ୍ତି। ତୃତୀୟ ଅଙ୍ଗରକ୍ଷୀ ଗୁରୁତର ଆହତ ‌ହୋଇଛନ୍ତି। ତାଙ୍କର ଏକେ-୪୭ ବନ୍ଧୁକ ଲୁଟି ନେଇଛନ୍ତି। ପୂର୍ବତନ ବିଧାୟକ ସୋନୁଆ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଛନ୍ତି। ତାଙ୍କର ସୂଚନା ଆଧାରରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ ପୂର୍ବତନ ବିଧାୟକ ଗୁରୁଚରଣ ବିଶ୍ରା ଠାରୁ ମାତ୍ର ୩୦ କି.ମି. ଦୂର ଗୋଏଲକେରା ଝିଲରୁଆଁରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଯାଇଥିଲେ। ଫୁଟବଲ୍‌ ପ୍ରତିଯୋଗିତାରେ ସାମିଲ ହୋଇ ତିନି ଅଙ୍ଗରକ୍ଷୀଙ୍କ ସହ ଘରକୁ ଫେରୁଥିଲେ। କିଛି ବାଟ ଆସିବା ପରେ ଅସ୍ତ୍ରଶସ୍ତ୍ର ସହ ନକ୍ସଲମାନେ ଗୁରୁଚରଣ ଓ ତାଙ୍କ ତିନି ଅଙ୍ଗରକ୍ଷୀଙ୍କୁ ଘେରାବନ୍ଦୀ କରି ଗୁଳି ମାଡ଼ କରିଥିଲେ। ଜଣେ ଅଙ୍ଗରକ୍ଷୀଙ୍କ ଏକେ-୪୭ ବନ୍ଧୁକ ଲୁଟି ନେଇଥିଲେ। ନିଖୋଜ ଅଙ୍ଗରକ୍ଷକ ଠାକୁର ହେମ୍ବ୍ରମଙ୍କୁ ହତ୍ୟା କରି ଦେଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ପୁଲିସ କିଛି କହିବାକୁ ମନାକରି ଦେଇଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୨ରେ ନକ୍ସଲମାନେ ପୂର୍ବତନ ବିଧାୟକ ଗୁରୁଚରଣଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ମାତ୍ର ସେ ବର୍ତ୍ତି ଯାଇଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe