ପ୍ରତିଶୋଧ ପାଇଁ ନକ୍ସଲ ରକ୍ତମୁଖା : ସ୍ବାଭିମାନ ଅଞ୍ଚଳରେ ତଣ୍ଟିକାଟି ଜଣକୁ ହତ୍ୟା କଲେ, ଗାଁରେ ପଶି ଦୁଇ ଜଣଙ୍କୁ ନିସ୍ତୁକ ପିଟିଲେ

ପ୍ରତିଶୋଧ ପାଇଁ ନକ୍ସଲ ରକ୍ତମୁଖା : ସ୍ବାଭିମାନ ଅଞ୍ଚଳରେ ତଣ୍ଟିକାଟି ଜଣକୁ ହତ୍ୟା କଲେ, ଗାଁରେ ପଶି ଦୁଇ ଜଣଙ୍କୁ ନିସ୍ତୁକ ପିଟିଲେ

ମାଲକାନଗିରି/ଚିତ୍ରକୋଣ୍ଡା : ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ରାସ୍ତାରେ ପୋତିଥିଲେ ଲ୍ୟାଣ୍ଡମାଇନ। କିନ୍ତୁ ବିଏସ୍‌ଏଫ୍‌ ଯବାନଙ୍କ ସତର୍କ ନଜର ଏହାରି ଉପରେ ପଡ଼ି ଯାଇଥିଲା। ଯାହାଫଳରେ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଥିବାବେଳେ ମାଓବାଦୀଙ୍କ ଷଡ଼୍‌ଯନ୍ତ୍ର ପଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ନୃଶଂସ କାଣ୍ଡ ଘଟାଇଛନ୍ତି ମାଓବାଦୀ। ଜଣେ ଗ୍ରାମବାସୀଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ନିର୍ଘାତ ପିଟିଛନ୍ତି। ଏହି ଘଟଣା ପରେ ସ୍ବାଭିମାନ ଅଞ୍ଚଳରେ ପୁଣି ଖେଳି ଯାଇଛି ଆତଙ୍କ।

ରାତି ପ୍ରାୟ ୯ଟା ହେବ। ୩୦ରୁ ଊର୍ଦ୍ଧ୍ବ ସଶସ୍ତ୍ର ନକ୍ସଲ ସ୍ବାଭିମାନ ଅଞ୍ଚଳର ଯଡ଼ାମ୍ବ ଥାନା ଅନ୍ତର୍ଗତ ଖଜୁରିଗୁଡ଼ା ଗାଁରେ ପଶିଥିଲେ। ଗାଁ ଠାରୁ ଅଳ୍ପ ଦୂରରେ ବିଏସ୍‌ଏଫ୍‌ କ୍ୟାମ୍ପ ରହିଥିଲେ ବି ନକ୍ସଲଙ୍କ ଗତିବିଧି ସଂପର୍କରେ କେହି କିଛି ଟେର୍ ପାଇ ନଥିଲେ। ପୂରା ଗାଁକୁ ଘେରି ଯିବା ପରେ ଦାସ ଖେମୁଣ୍ଡୁ, ସାନ ହନ୍ତାଳ ଏବଂ ସମାରୁ ଖିଲଙ୍କୁ ଘରୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ଗାଁ ଦାଣ୍ଡରେ ଏମାନଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ନିସ୍ତୁକ ପିଟିଥିଲେ। ପାଟିତୁଣ୍ଡ ଶୁଣି ଗାଁ ଲୋକ ଘର ବାହାରକୁ ଆସିଥିଲେ ବି ସଶସ୍ତ୍ର ନକ୍ସଲଙ୍କୁ ଦେଖିବା ପରେ ଭୟରେ କେହି ମୁହଁ ଖୋଲି ନଥିଲେ କିମ୍ବା ହସ୍ତକ୍ଷେପ କରିବାକୁ ସାହସ ଜୁଟାଇ ପାରି ନଥିଲେ। ଶେଷରେ ଦାସ ଖେମୁଣ୍ଡୁଙ୍କ ତଣ୍ଟି କାଟି ଗାଁ ଦାଣ୍ଡରେ ଶବ ପକାଇ ଚାଲି ଯାଇଥିଲେ। ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe