ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ୫ ଯବାନ ସହିଦ: ଗୁଳି ବିନିମୟରେ ୧୦ ନକ୍ସଲ ନିହତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ସାଲୁରୀ ସୀତାରାମା ରାଜୁ ଜିଲ୍ଲାର ମୁଲୁଗୁ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି।  ଗ୍ରେହାଉଣ୍ଡ୍‌ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ନକ୍ସଲଙ୍କ....

fddfvcvvc

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ସାଲୁରୀ ସୀତାରାମା ରାଜୁ ଜିଲ୍ଲାର ମୁଲୁଗୁ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି।  ଗ୍ରେହାଉଣ୍ଡ୍‌ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଯୋଗୁଁ ଘଟଣାସ୍ଥଳରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଏଥିସହ ଗୁଳି ବିନିମୟରେ ୧୦ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ୧୦ ଜଣ ନକ୍ସଲ ମଧ୍ୟରୁ ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ୧ କୋଟି ପୁରସ୍କାର ଘୋଷିତ ମାଓନେତା ଚନ୍ଦ୍ରନା ଏବଂ ଷ୍ଟେଟ ଜୋନାଲ୍‌ କମିଟିର ସଦସ୍ୟ ତଥା ୨୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ନେତା ବି. ପ୍ରକାଶ ରହିଛନ୍ତି। ଅନ୍ୟ ମୃତ ନକ୍ସଲଙ୍କୁ ଚିହ୍ନଟ କରାଯାଉଛି।

ମୁଲୁଗୁ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ୍‌ ଯବାନ ଚଢ଼ଉ କରିଥିଲେ। ‌ଯବାନ ଜଙ୍ଗଲକୁ ଆସୁଥିବା ଦେଖି ନକ୍ସଲ ପୂର୍ବରୁ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍‌କୁ ବିସ୍ଫୋରଣ କରିଥିଲେ। ଫଳରେ ୫ ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟପଟେ ଗୁଳି ବିନିମୟରେ ୧୦ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଏକେ-୪୭,ଏସ୍‌ଏଲ୍‌ଆର, ଇନସାସ୍‌ ସହ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ସୂଚନାଯୋଗ୍ୟ ତେଲେଙ୍ଗାନା ଓ ଛତିଶଗଡ଼ ସୀମାନ୍ତବର୍ତ୍ତୀ କାରେଗଟ୍ଟା ଜଙ୍ଗଲରେ ଗତ ୧୬ ଦିନ ହେଲା ନକ୍ସଲଙ୍କୁ ଦମନ କରିବା ନିମନ୍ତେ ଜଙ୍ଗଲ ଚାରିପଟେ ଯବାନ ଘେରି ରହିଛନ୍ତି। ଗତକାଲିର ଗୁଳି ବିନିମୟରେ ୨୬ ଜଣ ନକ୍ସଲ ମୃତ୍ୟୁବରଣ କରିଥିଲେ। ଅନ୍ୟପଟେ ଆନ୍ଧ୍ର ସୀମାନ୍ତରେ ନକ୍ସଲ ଓ ଗ୍ରେହାଉଣ୍ଡ୍‌ ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ହାର୍ଡକୋର ମାଓ ନେତାଙ୍କ ମୃତ୍ୟୁ ଘଟିଥିଲା। ତେଲେଙ୍ଗାନାରେ କିଛି ରାଜନୈତିକ ଦଳ କାରଗେଟ୍ଟା ଜଙ୍ଗଲରେ ଚାଲିଥିବା ଅପରେସନ କଗାରକୁ ତୁରନ୍ତ ବନ୍ଦ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। କିନ୍ତୁ ଛତିଶଗଡ଼ ସରକାର ନକ୍ସଲଙ୍କ ମୂଳୋତ୍ପାଟନ ନହେବା ଯାଏଁ ଯବାନ ଜଙ୍ଗଲରୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe