ନକ୍ସଲ ନେତା ଆଜାଦ କୋର୍ଟରେ ହାଜର

Advertisment

ବହୁ ମାମଲାରେ ଜଡ଼ିତ କୁଖ୍ୟାତ ନକ୍ସଲ ନେତା ଆଜାଦକୁ ଆଜି ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ଗଜପତି ଜିଲ୍ଲା ରା.ଉଦୟଗିରି ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଇଜଲାସରେ ହାଜର କରାଯାଇଛି।

ବହୁ ମାମଲାରେ ଜଡ଼ିତ କୁଖ୍ୟାତ ନକ୍ସଲ ନେତା ଆଜାଦକୁ ଆଜି ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ଗଜପତି ଜିଲ୍ଲା ରା.ଉଦୟଗିରି ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଇଜଲାସରେ ହାଜର କରାଯାଇଛି।

fshfshfhhffh

ରା.ଉଦୟଗିରି: ବହୁ ମାମଲାରେ ଜଡ଼ିତ କୁଖ୍ୟାତ ନକ୍ସଲ ନେତା ଆଜାଦକୁ ଆଜି ଭୁବନେଶ୍ବର ଝାରପଡ଼ା ଜେଲ୍‌ରୁ ଗଜପତି ଜିଲ୍ଲା ରା.ଉଦୟଗିରି ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଇଜଲାସରେ ହାଜର କରାଯାଇଛି। ୨୦୦୯ ମସିହାରେ ନୂଆଗଡ଼ ବ୍ଲକ୍‌ ରା.ଉଦୟଗିରି ଥାନା ଅନ୍ତର୍ଗତ ଆତରସିଙ୍ଗ ଛକରେ ସଂଘଟିତ କ୍ରସ ଫାଇରିଂ ମାମଲାରେ ଆଜାଦର ସମ୍ପୃକ୍ତି ଥିବା ଅଭିଯୋଗରେ ୧୪୭/ ୧୪୮/ ୧୨୦ଖ/ ୧୨୧/ ୧୨୪(କ)/ ୩୦୭/୧୪୯, ୨୫/୨୭ ଆର୍ମ୍ସ ଆକ୍ଟ, ୧୬/୧୮/୧୮(କ)/୨୦ ୟୁଏପି ଆକ୍ଟ, ୧୭ ସିଆର୍‌ଏଲ୍‌ଏ ଦଫା ପ୍ରକାରେ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାରେ ଆଜି ପ୍ରଥମଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ଆଜାଦଙ୍କ ଜାମିନ ନାମଞ୍ଜୁର କରିବା ପରେ ତାଙ୍କୁ ପୁଣି ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।  

ଆଜାଦଙ୍କ ଓକିଲ ସ୍ୱରୂପ ପାଳଙ୍କ କହିବା କଥା ହେଲା ବିଭିନ୍ନ ସମୟରେ ୨ଜୁନ ୨୦୧୧ରେ ନୟାଗଡ଼ ଏସ୍‌ଡିଜେଏମ୍‌ଙ୍କ ନିକଟରେ ହାଜିରା ନୟାଗଡ଼ ହେଉ କିମ୍ବା ଅନ୍ୟ କେଉଁଠି ନକ୍ସଲ ଘଟଣାରେ ଆଜାଦ ନିଜେ ଉପସ୍ଥିତ ହୋଇଛନ୍ତି। ୨୦୦୯ ମାମଲା ୨୦୧୪ରେ ତଦନ୍ତ ସରି ଚାର୍ଜସିଟ୍‌ ମଧ୍ୟ ଦିଆସରିଛି। ନକ୍ସଲ ନେତା ଆଜାଦ ବିଚାର ବିଭାଗୀୟ ହାଜତରେ ଥାଇ ମଧ୍ୟ ଫେରାର ଥିବା ମାମଲାରେ ଦର୍ଶାଯାଇଛି। ୨୦୨୪-୨୫ ବେଳକୁ ୧୬ବର୍ଷ ପରେ ରିମାଣ୍ଡ୍‌ରେ ନିଆଯାଉଛି। ଏହା କି ପ୍ରକାର ନ୍ୟାୟ ବୋଲି ଆଜାଦଙ୍କ ଓକିଲ ଶ୍ରୀ ପାଳ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe