ନକ୍ସଲଙ୍କ ହାତଲେଖା ଚିଠି: ଅକ୍ଟୋବର ୧୬ରେ ଜନଶୁଣାଣିକୁ ବିରୋଧ କରିବା ପାଇଁ ମାଓବାଦୀଙ୍କ ନିବେଦନ

Advertisment
ନକ୍ସଲଙ୍କ ହାତଲେଖା ଚିଠି: ଅକ୍ଟୋବର ୧୬ରେ ଜନଶୁଣାଣିକୁ ବିରୋଧ କରିବା ପାଇଁ ମାଓବାଦୀଙ୍କ ନିବେଦନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରକୁ ଏକ ମାଓବାଦୀଙ୍କ ହାତଲେଖା ଚାରିପୃଷ୍ଠାର ଚିଠି ଗଣମାଧ୍ୟମକୁ ମିଳିଛି। ସେଥିରେ ଆସନ୍ତାକାଲି (ଅକ୍ଟୋବର ୧୬) ହେବାକୁ ଥିବା କାଶୀପୁର ସିଜିମାଲି ଜନଶୁଣାଣିକୁ ବଂଶଧାରା-ଘୁମୁସର-ନାଗାବଳୀ (ବାଘୁନା) ଡିଭିଜନର ସମ୍ପାଦିକା ରିତା ବିରୋଧ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ସେହିପରି ରାୟଗଡ଼ା ପୁଲିସର ଜୁଲୁମ ଓ ଦଲାଲ ନେତାଙ୍କୁ ବିରୋଧରେ ଉଲ୍ଲେଖ ରହିଛି।

ବେଦାନ୍ତ, ଆଦାନୀ, ବିର୍ଲା ପରି ଲୁଟେରା କମ୍ପାନିଗୁଡ଼ିକର ଖଣିଖନନ ପାଇଁ ପେଟି ଠିକା ନେଇଥିବା ଆନ୍ଦ୍ରର ମୈତ୍ରୀ କମ୍ପାନିର ଗୁଣ୍ଡାସାଜି ରାୟଗଡା ପୁଲିସ ଗତ କିଛି ମାସ ହେବ ବିସ୍ଥାପନ ବିରୋଧୀ ଆନ୍ଦୋଳନକାରୀ ଓ ସାଧାରଣ ଜନତାଙ୍କ ଉପରେ ଭୀଷଣ ଜୁଲୁମ ଚଳାଇ ରଖିଛି। ଜୁଲାଇ ମାସରୁ ଏବେ ପର୍ଯ୍ୟନ୍ତ ସିଜୁମାଳି ଅଞ୍ଚଳରୁ ୨୨ଜଣ ଆନ୍ଦୋଳନକାରୀ, ନିୟମଗିରି ଆନ୍ଦୋଳନର ନେତା କୃଷ୍ଣ ଶିକକା, ଉପେନ୍ଦ୍ର ଓ କର୍ମୀ। ବଳି କରକରିଆ , ସମେତ ମୁନିଗୁଡା ଥାନା ଅନ୍ତର୍ଗତ କାରଜାପଙ୍ଗା ଗ୍ରାମର ୱାର୍ଡ ସଦସ୍ୟ ନୂଆମାଝୀ କାଡ୍ର।କା ଓ ପାତ୍ର।ଣି ଗ୍ରାମର ରାଗିଡି (ପ୍ରକାଶ)କୁ ମିଛ କେଶରେ ରାୟଗଡ଼ା ପୁଲିସ ଗିରଫ କରିଛି। ଗୁଣ୍ଡାଙ୍କ ପରି ବାଟଘାଟ ଓ ରାତିଅଧିଆ ଆସି ଅପହରଣ କରି ନେଉଛି। ପ୍ରଥମେ ଅସ୍ବୀକାର କରୁଛି। ପୁଣି ଗୁପ୍ତରେ ରଖି ନିର୍ଯ୍ୟାତନା ଦେବା ପରେ ମିଛ କେଶ ପକାଇ ଜେଲକୁ ପଠାଉଛି।

ରାୟଗଡ଼ା ଜିଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ଲଗାତାର ଆଇନ ଉଲ୍ଲଂଘନ କରିଚାଲିଛନ୍ତି। ଗତ ତିନି ମାସ ମଧ୍ୟରେ ୨୭ ଜଣଙ୍କୁ ଗିରଫ କରିଛି। ନିୟମଗିରି ଓ କର୍ଲ।ପାଟ ଜନଆନ୍ଦୋଳନର ନେତା ସମର୍ଥକଙ୍କ ଉପରେ( ୟୁଏପିଏ) ଦେଶଦ୍ରୋହୀ ମାମଲା ଲଗାଇଛି। କମ୍ପାନିକୁ ବିରୋଧ କରିବା କିପରି ଦେଶଦ୍ରୋହୀ କାର୍ଯ୍ୟ ହେଲା? ପ୍ରକୃତରେ ଦେଶ କହିଲେ କମ୍ପାନିକୁ ବୁଝାଏ ଏବଂ ସରକାର, ପୁଲିସ, ପ୍ରଶାସନ କମ୍ପାନିର ସୁରକ୍ଷା ପାଇଁ ରହିଛନ୍ତିକି ଲୋକଙ୍କ ପାଇଁ ନୁହେଁ, ତାହା ପୁଣି ପ୍ରମାଣିତ ହୋଇଗଲା। ଏତିକି ନୁହେଁ ଛୋଟ ମୋଟ ବେପାର କରୁଥିବା ବେପାରୀଙ୍କୁ ମାଓବାଦୀଙ୍କୁ ସହଯୋଗ କରୁଛ କହି ଥାନାକୁ ଡାକି ନେଇ ନିର୍ଯାତନା ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe