ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ, ବହୁଦିନ ପରେ ଉପସ୍ଥିତି ଜାହିର କଲେ

Advertisment

ବନ୍ଦ ହେଲା ସରକାରୀ ବସ୍ ଚଳାଚଳ

ବନ୍ଦ ହେଲା ସରକାରୀ ବସ୍ ଚଳାଚଳ

ନକ୍ସଲଙ୍କ ସହିଦ ସପ୍ତାହ ଆରମ୍ଭ, ବହୁଦିନ ପରେ ଉପସ୍ଥିତି ଜାହିର କଲେ

ମାଲକାନଗିରି : ସହିଦ ସପ୍ତାହର ପ୍ରଥମ ଦିନରେ ମାଲକାନଗିରି ଜିଲ୍ଲାରେ ଉପସ୍ଥିତି ଜାହିର କରିଛନ୍ତି ନକ୍ସଲ। ବିଭିନ୍ନ ସ୍ଥାନରେ ମେଳି କରିଛନ୍ତି। ସେହିପରି, କିଛି ସ୍ଥାନରେ ସହିଦସ୍ତମ୍ଭ ବି ନିର୍ମାଣ କରିଥିବା ସୂଚନା ମିଳିଛି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ନକ୍ସଲଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବାବେଳେ ସୁରକ୍ଷା କର୍ମୀ ବି ଅଘଟଣକୁ ଏଡ଼ାଇବା ପାଇଁ ସତର୍କ ରହିଛନ୍ତି।

ପ୍ରାୟ ସପ୍ତାହେ ଧରି ବ୍ୟାନର, ପୋଷ୍ଟର ମାରି ଏବଂ ଅଡିଓ ଟେପ୍‌ ଜାରି କରି ସହିଦ ସପ୍ତାହ ପାଳନ କରିବାକୁ ନକ୍ସଲ ଆହ୍ବାନ ଦେଇଥିଲେ। ଏଥିରେ ଗ୍ରାମବାସୀ ସାମିଲ ହେବାକୁ ବି ପରାମର୍ଶ ଦିଆଯାଇଥିଲା। ଏହାପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିଲା। ତେବେ ଆଜି ପ୍ରଥମ ଦିନରେ ସ୍ବାଭିମାନ ଅଂଚଳର ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ କୋଣ୍ଡାହାନଜରିରେ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିବା ସହ ଗ୍ରାମବାସୀଙ୍କୁ ନେଇ ମେଳି କରିଥିବା ଖବର ମିଳିଛି। ସେହିପରି ରାଲଗେଡା, ଧୂଳିପୁଟ ଏବଂ ଅଣ୍ଡ୍ରାପାଲୀ ପଞ୍ଚାୟତରେ ମଧ୍ୟ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିବାରେ ସଫଳ ହୋଇଛନ୍ତି। ବଣ୍ଡାଘାଟିର ମୁଦିଲିପଡା ପଞ୍ଚାୟତର ଖାଲଗୁଡାରେ ମଧ୍ୟ ନକ୍ସଲ ସହିଦସ୍ତମ୍ଭ ନିର୍ମାଣ କରିଛନ୍ତି। ମାଥିଲି ବ୍ଲକ୍‌ରେ ଦରଭା ଡିଭିଜନ ତରଫରୁ ଦର୍ଗମ ଦଣ୍ଡିପଦର, ତୁଳସୀ ପାହାଡ଼ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଏକାଠି କରି ସହିଦ ସପ୍ତାହ ପାଳନ କରିଥିବା ଜଣାପଡ଼ିଛି।

ଅପରପକ୍ଷରେ ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରୀ ବସ୍‌ ସେବାକୁ ବନ୍ଦ କରାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ବି ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇ ଲଗାତାର ଗତିବିଧି ଉପରେ ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe