ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ଷଡ଼୍‌ଯନ୍ତ୍ର, ଅଳ୍ପକେ ବର୍ତ୍ତିଲେ ଯବାନ

Advertisment

୭ ଲ୍ୟାଣ୍ଡ୍‌ମାଇନ୍‌ ଜବତ କଲା ବିଏସ୍‌ଏଫ୍‌

୭ ଲ୍ୟାଣ୍ଡ୍‌ମାଇନ୍‌ ଜବତ କଲା ବିଏସ୍‌ଏଫ୍‌

ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ଷଡ଼୍‌ଯନ୍ତ୍ର, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ଷଡ଼୍‌ଯନ୍ତ୍ରରୁ ଅଳ୍କକେ ବର୍ତ୍ତିଯାଇଛନ୍ତି ବିଏସ୍‌ଏଫ୍‌ ଯବାନ। ଯବାନଙ୍କୁ ଟାର୍ଗେଟ୍‌ କରି ନକ୍ସଲମାନେ ମାଟିତଳେ ଲ୍ୟାଣ୍ଡମାଇନ୍‌ ବିଛାଇଥିଲେ। କିନ୍ତୁ ଅଘଟଣ ଘଟିବା ପୂର୍ବରୁ ସୁରକ୍ଷା କର୍ମୀଙ୍କ ସତର୍କ ନଜର ଏହି ବୋମା ଗୁଡ଼ିକ ଉପରେ ପଡ଼ି ଯାଇଥିଲା। ଜବତ କରି ବୋମା ନିଷ୍କ୍ରିୟକାରୀ ଦଳ ତାହାକୁ ଅକାମି କରିଛି।

ସୂଚନା ଅନୁଯାୟୀ, ସ୍ବାଭିମାନ ଅଞ୍ଚଳରେ ନକ୍ସଲ ଦମନ ଅପରେସନକୁ ଜୋରଦାର କରାଯାଇଛି। ଏକାଧିକ ବିଏସ୍‌ଏଫ୍‌ କ୍ୟାମ୍ପ ସହ ନୂଆ ଥାନା ପ୍ରତିଷ୍ଠା ପରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି ନକ୍ସଲ। ତଥାପି ମଝିରେ ମଝିରେ ସକ୍ରିୟ ହେଉଥିବାବେଳେ କିଛି ଅଞ୍ଚଳରେ ଗତିବିଧି ଜାରି ରହିଛି। ଏମିତି ସ୍ଥିତିରେ ସୁରକ୍ଷା କର୍ମୀଙ୍କ କ୍ଷତି ଘଟାଇବା ପାଇଁ ବିଭିନ୍ନ ସ୍ଥାନ‌ରେ ଲ୍ୟାଣ୍ଡମାଇନ ବିଛାଇ ଦେଇଥିଲେ ନକ୍ସଲ। ତେବେ ବିଏସ୍‌ଏଫ ତରଫରୁ ଏହି ଅଂଚଳରେ କମ୍ବିଂ ଅପରେସନ ସମୟରେ ଦାରଲାବେଡ଼ା, ଟୁଟୁଗୁମି ଏବଂ ଗୋରାସେତୁ ଅଞ୍ଚଳରେ ପୋତା ଯାଇଥିବା ୭ଟି ବୋମା ନଜରକୁ ଆସିଥିଲା। ଯାହାକୁ ପରବର୍ତ୍ତୀ ସମୟରେ ବିସ୍ଫୋରଣ କରି ନିଷ୍କ୍ରିୟ କରାଯାଇଛି। ଅଳ୍ପକେ ତଥା ସତର୍କ ନଜର ଯୋଗୁଁ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଥିବା କୁହାଯାଉଛି।

ସ୍ବାଭିମାନ ଅଂଚଳରେ ଏବେ ପ୍ରଶାସନ ପକ୍ଷରୁ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବାରମ୍ବାର ଅପରେସନ ନକ୍ସଲଙ୍କ ପାଇଁ ବିପଦ ଆଣିଛି। ଯାହାକୁ ନକ୍ସଲ ଆଦୌ ଗ୍ରହଣ କରିପାରୁ ନାହାନ୍ତି କିନ୍ତୁ ଅନ୍ୟ କିଛି ବିକଳ୍ପ ନଥିବାରୁ ସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହେଉଛନ୍ତି। ଯାହାଫଳରେ ନକ୍ସଲଙ୍କ ଅକ୍ତିଆରରେ ଥିବା ଲୋକେ ମଧ୍ୟ କ୍ରମଶଃ ପ୍ରଶାସନ ଏବଂ ସରକାରଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ସୁରକ୍ଷା କର୍ମୀଙ୍କ ମନୋବଳ ଭାଙ୍ଗିବା ପାଇଁ ଅଘଟଣ ଘଟାଇବା ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଉପରୋକ୍ତ ଘଟଣା ତାହାର ଗୋଟିଏ ଉଦାହରଣ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe