ପାଟଧରା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ : ପୁଲିସ-ମାଓବାଦୀ ଗୁଳି ବିନିମୟ

Advertisment
ପାଟଧରା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ : ପୁଲିସ-ମାଓବାଦୀ ଗୁଳି ବିନିମୟ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଧରା ଜଙ୍ଗଲରେ ଶନିବାର ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଶନିବାର ଏସଓଜି, ସିଆରପିଏଫ୍‌ ଓ ଡିଭିଏଫ୍‌ ଯବାନମାନେ କମ୍ବିଂ ଅପରେସନ ଚଳାଇଥିଲେ। ଏହି ସମୟରେ ପାଟଧରା ଜଙ୍ଗଲରେ ମାଓବାଦୀମାନେ ସେମାନଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଯବାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା ହୋଇଥିଲା। ଗୁଳି ବିନିମୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଯବାନମାନେ ଗୋଟିଏ ମାଓ କ୍ୟାମ୍ପକୁ ଠାବ କରି ବିଭିନ୍ନ ମାଓ ସାମଗ୍ରୀ ଜବତ କରିଛନ୍ତି। ତେବେ, ଯବାନଙ୍କ ଗୁଳି ମାଡ଼ରେ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ସଂପୃକ୍ତ ଅଞ୍ଚଳ ଛତିଶଗଡ଼ରେ ସୀମାରେ ଥିବାରୁ ସେଠାକାର ପୁଲିସ ମଧ୍ୟ କମ୍ବିଂ ଅପରେସନରେ ସାମିଲ ହୋଇଥିବା ଜଣାଯାଇଛି। ଏ ନେଇ ଏସପି ସ୍ମିତ ପି ପାରମାରଙ୍କୁ ପଚରାଯିବାରୁ କମ୍ବିଂ ଜାରି ରହିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe