ସାଥୀକୁ ଗୁଳି କରି ହତ୍ୟାକଲା ନକ୍ସଲ

ଦିଲ୍ଲୀ ବିଜେପି ନେତାଙ୍କୁ ହତ୍ୟା

Image Courtesy of BreakingLatest.News

ରାଉରକେଲା: ‌ଦାଦା ବଟି ଆଦାୟକୁ କେନ୍ଦ୍ରକରି ଜଣେ ନକ୍ସଲ ଅନ୍ୟ ନକ୍ସଲସାଥୀକୁ ଗୁଳି କରି ହତ୍ୟା କରିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲ‌କେରା ଥାନା ଅଞ୍ଚଳରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ନକ୍ସଲର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି। ପାରିପାର୍ଶ୍ବିକ ସ୍ଥିତି ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ମୃତକ ହେଲେ ଚାରୋ ପୂର୍ତ୍ତି। ଗୋଏଲକେରା ନକ୍ସଲ ଉପଦ୍ରୁତ ଅଞ୍ଚଳ। ଚାରୋ ନକ୍ସଲ ସଙ୍ଗଠନ ପାଇଁ ବାଦାବଟି ଆଦାୟ କରୁଥିଲେ।

ଏହି କାରଣରୁ ତାଙ୍କୁ ଜେଲ ଯିବାକୁ ପଡିଥିଲା। କିଛି ମାସ ରହିବା ପରେ ଜେଲରୁ ବାହାରିଥିଲେ। ପୁଣି ନକ୍ସଲ ସଙ୍ଗଠନ ପାଇଁ ଦାଦାବଟି କାମ କରି ଆସୁଥିଲା। ଦାଦାବଟି ଆଦାୟକୁ ନେଇ ଚାରୋ ଓ ଅନ୍ୟ ଜଣେ ନକ୍ସଲସାଥୀ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ନକ୍ସଲ ଜଣକ ଚାରୋକୁ ଗୁଳି କରି ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe