ବନ୍ଧୁକ ଛାଡି ବହି ଧରିବାକୁ ମନ: ମାଲକାନଗିରି ପୁଲିସ ନିକଟରେ ମାଓବାଦୀର ଆତ୍ମସମର୍ପଣ

Advertisment
ବନ୍ଧୁକ ଛାଡି ବହି ଧରିବାକୁ ମନ: ମାଲକାନଗିରି ପୁଲିସ ନିକଟରେ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି: ରାଜ୍ୟ ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରି ଆଜି ଜଣେ ମାଓବାଦୀ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ସଂଗଠନର ଆଗଧାଡିର ସଦସ୍ୟ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କୋଭିଡ ନିୟମକୁ ମାନି ଏସପି ରିଶିକେଷ ଖିଲାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛି। ବନ୍ଧୁକ ଛାଡ଼ି ବହି ଧରିବାକୁ ମନ କରିଥିବା ନକ୍ସଲ ଜଣକ ହେଲେ ମହାଦେବ ମାଡକାମୀ ଅରଫ ମୁନା। ସେ ଛତିଶଗଡର ଦନ୍ତେଓ୍ଵାଡା ଜିଲ୍ଲାର କାଙ୍କେରପାରା ଅଂଚଳର ବୋଲି ସ୍ୱୀକାର କରିଛି।

ମହାଦେବ ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମହାଦେବଗତ ୨୦୧୫ ମସିହା ଜୁଲାଇ ମାସରେ ମାଓ ସଂଗଠନରେ ସାମିଲ ହୋଇଥିଲା। ତେବେ ସେ ସଂଗଠନରେ ଭର୍ତ୍ତି ହେବା ପୂର୍ବରୁ ସ୍କୁଲ ଛାଡି ୨୦୧୩ ମସିହାରେ ପ୍ରଥମେ ସିଏନଏମ ସଦସ୍ୟ ରୂପେ କାମ କରୁଥିଲା। ଏହି ସମୟରେ ସେ ନକ୍ସଲଙ୍କର ସମସ୍ତ ଜିନିଷ ବୋହିବା, କ୍ୟାଡର ନକ୍ସଲଙ୍କର ସମସ୍ତ କାର୍ଯ୍ୟ କରିବା ଭଳି କାମ କରୁଥିଲା। ପରେ ସେ ବିଭିନ୍ନ ତାଲିମ ନେବା ସହ ଅସ୍ତ୍ରଶସ୍ତ୍ର ଚଳାଇବାର ତାଲିମ ମଧ୍ୟ ନକ୍ସଲଙ୍କ ଦ୍ଵାରା ନେଲା। ୨୦୧୯ ପରେ ତାକୁ ଏସିଏମ ପଦରେ ନିଯୁକ୍ତି ଦିଆଯାଇଥିଲା। ଦରଭା ଡିଭିଜନରେ ସେ ସକ୍ରିୟ ସଦସ୍ୟ ଥିଲା। ମାଥିଲି ବ୍ଲକର ସୀମାନ୍ତ ଗ୍ରାମଗୁଡିକକୁ ଏମାନେ ସହଜରେ ଟାର୍ଗେଟ କରୁଥିଲେ।

ସରକାରଙ୍କ ତରଫରୁ ମହାଦେବକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମର୍ନିଭରଶୀଳ ହେବା ପାଇଁ ସହଯୋଗ କରାଯିବ। ଘର ତିଆରି ପାଇଁ ଜମି ପ୍ରଦାନ ସହ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe