ମାଲକାନଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ, ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର

Advertisment
ମାଲକାନଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ, ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି:  ସିଆରପିଏଫ ଯବାନମାନେ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜାତୀୟ ରାଜ୍ୟପଥ କଡ଼ରୁ ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ମାଲକାନଗିରି ସୀମାନ୍ତ ତେଲେଙ୍ଗାନର ଭଦ୍ରାରି କୋତାଗୁଡାମ ଜିଲ୍ଲା କାଲବେରୁ ନିକଟରେ ଏଭଳି ଘଟଣା ଘଟିଛି । ଆଜି ସକାଳେ ସିଆରପିଏଫ ଯବାନ ପେଟ୍ରୋଲିଂରେ ବାହାରିଥିବା ବେଳେ ରାସ୍ତା କଡରେ କିଛି ଗାତ ଦେଖିଥିଲେ। ସନ୍ଦେହ ହେବାରୁ ଯାଞ୍ଚ କରିବା ପରେ ସେଠାରେ ଲ୍ୟାଣ୍ଡମାଇନ ଥିବାର ଜାଣିବାକୁ ପାଇଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଦଳକୁ ଡାକି ଏହାକୁ ବିସ୍ଫୋରଣ କରାଯାଇଥିଲା, ଯାହାକି ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ୫୦୦ ମିଟର ଦୂରରେ ମାଟିତଳେ ପୋତିଥିଲେ ମାଓବାଦୀ। ପ୍ରତ୍ୟେକ ଦିନ ଯବାନମାନେ ଏହି ରାସ୍ତାରେ ପେଟ୍ରୋଲିଂ ଯାଉଥିବାରୁ ଯବାନମାନଙ୍କୁ ଟାର୍ଗେଟ କରି ପୋତିଥିଲେ ମାଓବାଦୀ। ଏହିଘଟଣା ପରେ ସେହି ଅଞ୍ଚଳରେ ଅପରେସନକୁ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe