ଡିସେମ୍ବର ୨ରୁ ନକ୍ସଲ ପାଳିବେ ପିଏଲଜିଏ ସପ୍ତାହ

Advertisment

ମାଓ ସଂଗଠନ ତରଫରୁ ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ହେବ। ଲଗାତାର ୪ ରାଜ୍ୟରେ ନକ୍ସଲ ଦମନ ନେଇ ପୁଲିସ ଜୋରଦାର ଅପରେସନ କରି ସଫଳତା ପାଉଥିଲେ ମଧ୍ୟ ନକ୍ସଲ ନିଜର ପାରିବା ପଣିଆ ଦେଖାଇଛି।

ମାଓ ସଂଗଠନ ତରଫରୁ ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ହେବ। ଲଗାତାର ୪ ରାଜ୍ୟରେ ନକ୍ସଲ ଦମନ ନେଇ ପୁଲିସ ଜୋରଦାର ଅପରେସନ କରି ସଫଳତା ପାଉଥିଲେ ମଧ୍ୟ ନକ୍ସଲ ନିଜର ପାରିବା ପଣିଆ ଦେଖାଇଛି।

Mkg naxal killed youth

ମାଲକାନଗିରି: ମାଓ ସଂଗଠନ ତରଫରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ନେଇ ଆହ୍ବାନ ଦେଇଛନ୍ତି। ଲଗାତାର ୪ ରାଜ୍ୟ (ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା) ରେ ନକ୍ସଲ ଦମନ ନେଇ ପୁଲିସ ଜୋରଦାର ଅପରେସନ କରି ସଫଳତା ପାଉଥିଲେ ମଧ୍ୟ ନକ୍ସଲ ନିଜର ପାରିବା ପଣିଆ ଦେଖାଇଛି। ପ୍ରତିଦିନ ଯବାନ ନକ୍ସଲଙ୍କୁ ମାରିବା ସହ ସେମାନଙ୍କର ଗଡ ଅକ୍ତିଆର କରି ଚାଲିଛନ୍ତି। କିନ୍ତୁ ନକ୍ସଲ କମଜୋର ନହୋଇ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

ପ୍ରେସ ବିଜ୍ଞପ୍ତିରେ ପୁଲିସର ଦମନ ଲୀଳା ସଂପର୍କରେ ବଖାଣିଛନ୍ତି। ଅପରେସନ କଗାର ନାମରେ ନିରୀହ ଜନତାଙ୍କୁ ଅତ୍ୟାଚାର, ହତ୍ୟା ଭଳି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ କରାଯାଇଛି। ସମସ୍ତେ ମିଳିମିଶି ପିଏଲଜିଏକୁ ଆଗକୁ ନେବା ଏବଂ ଅପରେସନ କଗାରକୁ ଦମନ କରିବା ବୋଲି ଅହ୍ବାନ ଦେଇଛନ୍ତି। ଉତ୍ସାହ, ନିଷ୍ଠା ଏବଂ ସହସର ସହ ଦଳର କର୍ମୀ ଲାଗି ରହିଛନ୍ତି। ସେମାନଙ୍କୁ ଆହୁରି ଉତ୍ସାହିତ କରିବା ବୋଲି କୁହାଯାଇଛି। ଗତ ଦିନରେ ସହିଦ ହୋଇଥିବା କମ୍ରେଡମାନଙ୍କ ଉଦେଶ୍ୟରେ ସ୍ମଡିଚାରଣ କରିବା ସହ ସେମାନଙ୍କର ବଳିଦାନକୁ ବ୍ୟର୍ଥ ଯିବାକୁ ଦେବା ନାହିଁ ବୋଲି କୁହାଯାଇଛି।

ଜନସଂଗଠନରେ ଅଧିକାରୁ ଅଧିକା ଲୋକଙ୍କୁ ସାମିଲ କରିବା ବୋଲି ମଧ୍ୟ କୁହାଯାଇଛି।ଗତ ପୁଲିସ ଏନକାଉଣ୍ଟରରେ ଆହତ ହୋଇଥିବା କମ୍ରେଡମାନଙ୍କୁ ତୁରନ୍ତ ସୁସ୍ଥ ହେବା ନେଇ ପ୍ରାର୍ଥନା କରାଯାଉଛି। ପୁଣି ସେମାନେ ସୁସ୍ଥ ହୋଇ ଯୁଦ୍ଧର ଦାୟୀତ୍ବ ତୁଲାଇବେ ବୋଲି କୁହାଯାଇଛି।ଗତ ୧୦ ମାସରେ ପୁଲିସ ସହ ଗୁଳିବିନିମୟରେ ୨୫୪ ଜଣ ସାଥୀ ସହିଦ ହୋଇଥିବା କହିଛନ୍ତି।ସେଥିମଧ୍ୟରୁ ୧୦୯ ଜଣ ପୁରୁଷ ସାଥୀ ଏବଂ ୮୧ ଜଣ ମହିଳା ସାଥୀ।ଏଥିସହ ୬୪ ଜଣ ଗ୍ରାମବାସୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି।

ଗ୍ରାମବାସୀଙ୍କ ମଧ୍ୟରୁ ୫୬ ଜଣ ପୁରୁଷ,୮ ଜଣ ମହିଳା ଏବଂ ଜଣେ ୬ ମାସର ଶିଶୁର ମଧ୍ୟ ମୃତ୍ୟୁ ହୋଇଛି।ବିହାର ଓ ଝାଡଖଣ୍ଡରେ ୮ ଜଣ ସାଥୀ,ଓଡିଶାରେ ୭ ଜଣ ସାଥୀ,ଏମଏମସିର ୨ ଜଣ,ତେଲେଙ୍ଗାନାରେ ୧୧ ଜଣ,୫ ଜଣ ରାଜ୍ୟ କମିଟି ସ୍ତରର ସାଥୀ,ଜଣେ ଆଞ୍ଚଳିକ କମିଟି ସଦସ୍ୟ,୨୦ଟି ଜିଲ୍ଲା କମିଟିର ସଦସ୍ୟ,୬୨ ଜଣ ଏସସି କମିଟିର ସଦସ୍ୟ,୭୭ ଜଣ ଦଳର ସଦସ୍ୟ,୨୫ ଜଣ ପିଏଲଜିଏ ସଦସ୍ୟ ଏବଂ ୬୪ ଜଣ ବିପ୍ଲବୀ ଗ୍ରାମବାସୀ।ଲୋକଙ୍କ ସୁରକ୍ଷା ପାଇଁ ଏମାନେ ବଳିଦାନ ଦେଇଛନ୍ତି।

ପୁଣି ଦଶନ୍ଧି ଧରି ଭାରତର ଦଳିତ,ଆଦିବାସୀ,ସଂଖ୍ୟାଲଘୁ ତଥା ଦଳିତ ଜାତିର ଗଣତାନ୍ତ୍ରିକ ଅଧିକାର ଓ ଶକ୍ତି ପାଇଁ ସଂଗ୍ରାମ କରୁଥିବା ସାଥୀ ସାଇବାବାଙ୍କର ଗତ ୧୫ ଅକ୍ସୋବରରେ ଦେହାନ୍ତ ହୋଇଥିବା କଥା ମଧ୍ୟ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ କରିଛନ୍ତି।ଏଥିସହ ୧୮ ପେଜର ଏକ ପ୍ରେସ ବିଜ୍ଞପ୍ତରେ ନକ୍ସଲ ସେମାନଙ୍କର ସମସ୍ତ ରଣନୀତି ଏବଂ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଛନ୍ତି।ଜଳ,ଜଂଗଲ ଓ ଜମି ପାଇଁ ସଂଘର୍ଷ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe