ରେଳ ଷ୍ଟେସନ୍‌ରେ ଲାଗିଲା ମାଓ ବ୍ୟାନର, ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ

ରେଳ ଷ୍ଟେସନ୍‌ରେ ଲାଗିଲା ମାଓ ବ୍ୟାନର, ଜୁଲାଇ ୨୮ରୁ ନକ୍ସଲ ପାଳିବେ ସହିଦ ସପ୍ତାହ

Photo: Dainik Bhaskar

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ତେୱାଡା ଜିଲ୍ଲାର ଭାନସୀ ରେଳ ଷ୍ଟେସନ ନିକଟରେ ସହିଦ ସପ୍ତାହ ପାଳନ ପାଇଁ ମାଓବାଦୀ ବ୍ୟାନର ଲଗାଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମାଓ ବ୍ୟାନରକୁ ବାହାର କରି ନେଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମାଓବାଦୀମାନେ୍ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରୁଛନ୍ତି। ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଗ୍ରାମୀଣ ପୋଷାକରେ ଭାନସୀ ରେଳଷ୍ଟେସନ ନିକଟରେ ଏକ ମାଓ ବ୍ୟାନର ଲଗାଇଥିଲେ। ଏହାପରେ ମାଓବାଦୀମାନେ ଜଙ୍ଗଲ ଆଡ଼କୁ ପଳାଇଥିଲେ। ମାଓବାଦୀମାନେ  ଫେରିଥିବା ବେଳେ ପୁଲିସ ସେଠାରୁ ମାଓ ବ୍ୟାନରକୁ ବାହାର କରି ନେଇଥିବା ଜଣାପଡିଛି। ସେହି ବ୍ୟାନରରେ ପୁଞ୍ଜିବାଦ, ସାମନ୍ତବାଦ, ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ସହିଦ ସପ୍ତାହ ପାଳନ ବିଷୟରେ ଭେରମଗଡ ଏରିଆ କମିଟି ପକ୍ଷରୁ ଉଲ୍ଲେଖ କରାଯାଇଛି। ଏନେଇ ବିଶାଖାପଟଣା ଡିଭିଜନ ରେଳ କତୃପକ୍ଷ ସହ ଯୋଗାଯୋଗ କରିବାରୁ ଏହି ଘଟଣା ବିଷୟରେ ତାଙ୍କ ନିକଟରେ ସୂଚନା ନଥିବା ନେଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe