ରାସ୍ତା କାମରେ ନିୟୋଜିତ ୬ଟି ଗାଡିକୁ ପୋଡିଲେ ନକ୍ସଲ

Advertisment
ରାସ୍ତା କାମରେ ନିୟୋଜିତ ୬ଟି ଗାଡିକୁ ପୋଡିଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡରେ ମାଓ ହିଂସା ବଢିବାରେ ଲାଗିଛି। ଗତକାଲି ରାତିରେ ଦନ୍ତେୱାଡା ଜିଲ୍ଲାରେ ମାଓବାଦୀ ଉତ୍ପାତ ହୋଇଛନ୍ତି। ଦନ୍ତେୱାଡା ଏବଂ ବିଜାପୁର ମଧ୍ୟରେ ଥିବା ମଙ୍ଗିନାର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମକୁ ବିରୋଧ କରି ହିଂସା ଘଟାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ରାସ୍ତା କାମ ନିକଟରେ ଥବା କ୍ୟାମ୍ପରେ ପହଞ୍ଚିଥିଲେ। ରାସ୍ତା କାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିବା ସହ ତୁରନ୍ତ ସେଠାରୁ ଚାଲିଯିବାକୁ କହିଥିଲେ।ପୁନଃ କାମ କରିବାକୁ ଆସିଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ।

ତେବେ କାମରେ ନିୟୋଜିତ ଥିବା ୬ଟି ଗାଡିକୁ ନକ୍ସଲ ନିଆଁରେ ପୋଡି ଦେଇଥିଲେ। କ୍ୟାମ୍ପକୁ ଧ୍ବଂସ କରିବା ସହ ଚାରିଆଡେ ନିଆଁ ଲଗାଇ ଚାଲିଯାଇଥିଲେ। ଶେଷରେ କ୍ୟାମ୍ପ ନିକଟରେ ଏକ ରଂଗ ବ୍ୟାନର ମାରି ଠିକାଦାରକୁ ଧମକ ଦେଇଥିବା ଦେଖିବାକୁ ମିଳିଛି। ସକାଳୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନକ୍ସଲ ପୁଣି ଦନ୍ତେୱାଡା ଜିଲ୍ଲାରେ ସକ୍ରିୟ ହୋଇଥିବା ଏଥିରୁ ଅନୁମାନ କରାଯାଏ। ପ୍ରକାଶ ଥାଉକି ଏହି ରାସ୍ତା କାମକୁ ନକ୍ସଲ ପ୍ରଥମରୁ ହିଁ ବିରୋଧ କରିଆସୁଥିଲେ। ରାସ୍ତା କାମ ବନ୍ଦ କରିବା ନେଇ ବାରମ୍ବାର ଧମକ ଦେଉଥିଲେ। କିନ୍ତୁ ଠିକାଦାର ନକ୍ସଲଙ୍କ ଧମକକୁ ନମାନି କାମ କରୁଥିଲା। ତେବେ ଅଳ୍ପକେ କ୍ୟାମ୍ପରେ କାମ କରୁଥିବା ଅନ୍ୟ କର୍ମଚାରୀ ବର୍ତ୍ତିଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe