ମାଲକାନଗିରି: ଏକଦା ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଥିବା ନକ୍ସଲ କମାଣ୍ଡର ସୁରେଶ ଏବେ ସଂପୂର୍ଣ୍ଣ ପତିଆରା ହରାଇଛି। ପିଛା କରୁଛନ୍ତି ୩ ରାଜ୍ୟର ପୁଲିସ। ତେଣୁ ବଞ୍ଚିବା ପାଇଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଛି। ଆତ୍ମସମର୍ପଣ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଯେଉଁଭଳି ଭାବେ ଅପରେସନ୍‌ ଚାଲିଛି ସୁରେଶ ଆଉ ବେଶି ଦିନ ଚକମା ଦେଇପାରିବ ନାହିଁ ବୋଲି ସୂଚନା ମିଳିଛି। ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍‌ର ସକ୍ରିୟ ସଦସ୍ୟ ସୁରେଶ। ଏହି ଡିଭିଜନ୍‌ର ଅନେକ ଟପ୍‌ ନେତା ନିହତ ହୋଇଥିବାବେଳେ ଅନେକ ଆତ୍ମସମର୍ପଣ କରିସାରିଲେଣି। ଏକୁଟିଆ ହୋଇଯାଇଥିବା ଏହି ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ଅତ୍ୟନ୍ତ ବିଶ୍ବସ୍ତ ସାଥୀଙ୍କୁ ଧରି କିଛି ଦିନ ହେଲା ଆନ୍ଧ୍ର, ଓଡ଼ିଶା ଏବଂ ଛତିଶଗଡ଼ ସୀମାରେ ବୁଲୁଛି। ବହୁ ସମୟ ସେ ଓଡ଼ିଶା ସୀମାରେ ରହୁଥିବା

Advertisment

Subhadra Art Gallery:ଲଣ୍ଡନରେ ମୋଦୀ@୩.୦ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ, ଚିତ୍ରକଳା ମାଧ୍ୟମରେ ବିକାଶ ପାଇଁ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଅଭିନବ ପ୍ରୟାସ

ନେଇ ମାଲକାନଗିରି ପୁଲିସକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଛି। ତେଣୁ ଗୋଟିଏ ପରେ ଗୋଟିଏ ଖସିବା ବାଟ ବନ୍ଦ କରାଯାଉଛି। ସର୍ଚ୍ଚ ଅପରେସନ୍‌ ଜୋରଦାର ଚାଲିଛି। କେନ୍ଦ୍ରୀୟ କମିଟି ସଦସ୍ୟ ଉଦୟର ପୂର୍ବ ସହଯୋଗୀ ସୁରେଶ ହୋଇଥିବାରୁ ପୁଲିସ ପାଇଁ ଏବେ ସେ ମୋଷ୍ଟ ୱାଣ୍ଟେଡ୍‌। ଏନ୍‌କାଉଣ୍ଟରରେ ଉଦୟ ନିହତ ହେବା ପରେ ସୁରେଶ ସଂଗଠନକୁ ବଳ ଦେବାକୁ ଉଦ୍ୟମ କରିଥିଲା। କିନ୍ତୁ ଅନେକ ସାଥୀ ଆତ୍ମସମର୍ପଣ କରିବା ଯୋଗୁଁ ସେହି ପ୍ରୟାସ ବିଫଳ ହୋଇଛି। ୨୦ରୁ ୨୫ ବର୍ଷ ଧରି ସଂଗଠନର ସକ୍ରିୟ ସଦସ୍ୟ ଭାବେ କାମ କରିଥିବା ସୁରେଶ ଏବେ ୫୫ ବର୍ଷ ବୟସରେ ରୋଗଗ୍ରସ୍ତ। ସରକାର ତା’ ଉପରେ ୫୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଯଦି ସୁରେଶ ଆତ୍ମସମର୍ପଣ କରେ ତେବେ ଆତ୍ମନିର୍ଭରଶୀଳ ଏବଂ ପୁନର୍ବାସ ନୀତିରେ ସମସ୍ତ ସହଯୋଗ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।