ଲଣ୍ଡନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଓ ସଂକଳ୍ପ ଉପରେ ଆଧାରିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀ ମୋଦୀ@୩.୦ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସ ଅନ୍ତର୍ଗତ ନେହେରୁ ସେଣ୍ଟର ପରିସରରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ସାରା ଭାରତରୁ ୨୦ଜଣ ଓ ଲଣ୍ଡନରୁ ୧୨ଜଣ ପ୍ରବୀଣ ଓ ତରୁଣ ଚିତ୍ରଶିଳ୍ପୀଙ୍କ ଚିତ୍ର କଳାକୁ ନେଇ ଏହି ତିନିଦିନିଆ ଚିତ୍ରକଳା ପ୍ରଦର୍ଶନୀ ଓ କଳାଶିବିରକୁ ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ଲେଖକ ତଥା ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ପ୍ରଦୀପ ଜାଳି ଉଦ୍‌ଘାଟିତ କରିଥିଲେ ।

Advertisment

Modi@3.0 art exhibition
[email protected] art exhibition Photograph: (sambad.in)

ପୂର୍ବ ଭାରତର ପ୍ରମୁଖ ଆର୍ଟଗ୍ୟାଲେରୀ ସୁଭଦ୍ରା ଆର୍ଟ ଗ୍ୟାଲେରୀ ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଦର୍ଶନୀରେ ସମ୍ମାନିତ ଅତିଥୁ ଭାବରେ ନେହେରୁ ସେଣ୍ଟର ଉପନିର୍ଦ୍ଦେଶକ ରାକେଶ କୁମାର, ବ୍ରିଟେନ୍ ବିଜେପି. ସଭାପତି କୁଲଦୀପ ଶେଖାୱାତ, ଲଣ୍ଡନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ମାରକ ଉପସଭାନେତ୍ରୀ କ୍ରିଷ୍ଣା ପୂଜାରା, ଶିକ୍ଷାବିତ୍ ଶ୍ଵେତା ମହାନ୍ତି ଯୋଗଦେଇ ଚିତ୍ରକଳାର ବିକାଶ ଓ ପ୍ରସାର ପାଇଁ ଏହିଭଳି ଚିତ୍ରକଳା ଶିବିର ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । 

ଆହୁରି ପଢ଼ନ୍ତୁ:Subhadra Yojana: ସୁଭଦ୍ରା ସହାୟତାକୁ ଉଚିତ ବିନିଯୋଗ କରି ମହିଳା ଏବେ ସଶକ୍ତ-ଆତ୍ମନିର୍ଭର

ଲଣ୍ଡନର ପ୍ରବାସୀ ଚିତ୍ର ଶିଳ୍ପୀ ରାଧାବିନୋଦ ଶର୍ମାଙ୍କ ସଂଯୋଜନାରେ ପ୍ରଦର୍ଶିତ ଚିତ୍ରକଳା ଶିବିରରେ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି, ପଦ୍ମଶ୍ରୀ ଅଦ୍ଵୈତ ଗଡ଼ନାୟକ, ରବିନାରାୟଣ ରଥ, ପ୍ରବୋଧ ସାହୁ, ଜୟସାଲିନ୍, ସୁଧୀର ମହାରଣା, ପ୍ରଫୁଲ୍ଲ ସାହୁ, ମମତା ସାମନ୍ତରାୟ, ଲିପ୍‌ସା ମହାନ୍ତି, ଲିପିଶ୍ରୀ ନାୟକ, ଭାବନା ରାଜପୁତ, ରାଜେନ୍ଦ୍ର ସିମାଲୀ, ନାଗର ଭାଇ ପ୍ରଜାପତି, ଚିନ୍ମୟୀ ରଥ, ବ୍ରିଟେନରୁ ଭାରତୀ ସାଙ୍ଗର, ଆଲିସନ ହାର୍ପର, ଆଲିସନ ଷ୍ଟର୍କଙ୍ଗ, ଅମଦା ଡ଼ାନଲେକ, ଜୟଶ୍ରୀ ଚକ୍ରବର୍ତୀ, ରୁମା ନୋବାଜ, ଏଲିଉର ଏଡ଼ାଣିଲ ପ୍ରମୁଖ ୩୨ଟି ଚିତ୍ରକଳା ପ୍ରଦର୍ଶନ ହୋଇଛି ।

Modi@3.0 art exhibition
[email protected] art exhibition Photograph: (sambad.in)

ଏହା ପୂର୍ବରୁ ପ୍ରଥମ ମୋଦୀ ୨.୦ ଚିତ୍ରକଳା ପ୍ରଦର୍ଶନୀ ୨୦୨୨ ମସିହାରୁ ଭୁବନେଶ୍ଵରରେ ଆୟୋଜିତ ଉତ୍ସବକୁ ଓଡ଼ିଶାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ତତ୍କାଳୀନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ମେଘୱାଲ ଉଦ୍‌ଘାଟିତ କରିଥିଲେ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ବାର୍ତ୍ତା

ଯେଉଁଥିରେ ୧୦୦ରୁ ଉର୍ଦ୍ଧ୍ବ ଚିତ୍ର ଶିଳ୍ପୀଙ୍କର ଚିତ୍ରକଳା ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା । ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଓ ଲଣ୍ଡନ ଓଡ଼ିଶା ସମାଜ ସହଯୋଗରେ ଆୟୋଜିତ ଏହି ଚିତ୍ରକଳା ପ୍ରଦର୍ଶନୀ ଆଗାମୀ ଦିନରେ ବିଶ୍ଵର ପ୍ରମୁଖ ସହରରେ ପ୍ରଦର୍ଶିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ବାର୍ତ୍ତାକୁ ଚିତ୍ରକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସାରିତ କରିବ ବୋଲି ଗ୍ୟାଲେରୀ ଅଧ୍ୟକ୍ଷ ଡ଼କ୍ଟର ରଥ ସୂଚନା ଦେଇଥିଲେ । 

ଆହୁରି ପଢ଼ନ୍ତୁ:China : ଭାରତ ସହ ଆମର ସମ୍ପର୍କ ସୁଧୁରୁଛି, କିନ୍ତୁ ଆମେରିକା ବାଧା ସୃଷ୍ଟି କରୁଛି : ଚୀନ

ଏହି ଅବସରରେ ନୃତ୍ୟଶିଳ୍ପୀ ଶାରଦା ମହାପାତ୍ର ଯୋଗ ନୃତ୍ୟ ପରିବେଷଣ କରିଥିଲେ । ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ନବେବର୍ଷ ପରିଣତ ବୟସରେ ଚିତ୍ର ଓ ନୃତ୍ୟର ଯୁଗଳବନ୍ଦୀ ଡ୍ୟାନସିଂ ହ୍ୟାଣ୍ଡ ପ୍ରଦର୍ଶନ କରିଥିଲେ। ଯାହାକି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।

Modi@3.0 art exhibition
[email protected] art exhibition Photograph: (sambad.in)

ଏହି କାର୍ଯ୍ୟକ୍ରମ ଲଣ୍ଡନସ୍ଥିତ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ଅଧ୍ୟକ୍ଷ ଡକ୍ଟର ବିପିନ ମିଶ୍ର, ଚିତ୍ରକଳା ପଦ୍ମଶ୍ରୀ ଅଦୈତ ଗଡ଼ନାୟକ, ଲଣ୍ଡନ ଓଡ଼ିଶା ସମାନ ସମ୍ପାଦକ ସୁକାନ୍ତ ସାହୁ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସୌମ୍ୟ ପ୍ରତିହାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶା ବ୍ରିଟେନ ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ସୁଭଦ୍ରା ଆର୍ଟ ଗ୍ୟାଲେରୀ ଅଧ୍ୟକ୍ଷ ଡକ୍ଟର ସୂର୍ଯ୍ୟରଥ ମତବ୍ୟକ୍ତ କରିଥିଲେ। ଶେଷରେ ଲଣ୍ଡନସ୍ଥିତ ସମାଜ ସେବୀ ପାର୍ଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।