ନବରଙ୍ଗପୁର: ମହିଳାଙ୍କୁ ଅତ୍ମନିର୍ଭର ସଶକ୍ତ କରିବା ପାଇଁ ଆରମ୍ଭ ହୋଇଛି ‘ସୁଭଦ୍ରା’ ଯୋଜନା। ବର୍ଷକରେ ୫ହଜାର ଲେଖାଏଁ ଦୁଇଟି କିସ୍ତି ୧୦ ହଜାର ମିଳିବ । ଏଭଳି ୫ବର୍ଷରେ ୫୦ହଜାର ଟଙ୍କା ପାଇବେ। ଏହାରି ମଧ୍ୟରେ ମହିଳାମାନେ ତିନୋଟି କିସ୍ତି ପାଇ ସାରିଛନ୍ତି। ଏହି ସହାୟତା ପାଇବା ପରେ ନବରଙ୍ଗପୁରଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସର୍ଭେରେ ବହୁ ମହିଳା ଏହି ସହାୟତା ପାଇବା ପରେ ପ୍ରଥମ କରି ନୂଆ ଜେତରାତି ଦୋକାନ, ଟେଲରିଂ ସହ ଦୋକାନ, ଜମିରେ ପନିପରିବା, ଧାନ ସହ ଛେଳି, କୁକୁଡା ଚାଷ , ବ୍ୟୁଟିପାର୍ଲର ଆଦି କରି ଲାଭାନ୍ବିତ ହେବା ସହ ସଶକ୍ତ ଓ ଆତ୍ମନିର୍ଭର ହୋଇପାରିଛନ୍ତି।
ମହିଳାଙ୍କ ମୁହଁରେ ଖୁସିର ହସ
ଜିଲ୍ଲାରେ ପ୍ରଥମ କିସ୍ତି ୩.୦୩,୮୭୯ହିତାଧିକାରୀ ,ଦ୍ବିତୀୟ କିସ୍ତି ୩,୦୧,୯୪୬ହିତାଧିକାରୀ ଓ ତୃତୀୟ କିସ୍ତିରେ ୨,୮୫,୭୦୫ହିତାଧିକାରୀ ଲାଭାନ୍ବତତ ହୋଇଥିବା କହିଛନ୍ତି ଜିଲ୍ଲା ସୁଭୁଦ୍ରା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ବିଶ୍ବଜିତ ମହାନ୍ତି। ଜିଲ୍ଲାର ଦୁର୍ଗମ ଚନ୍ଦାହାଣ୍ଡି ବ୍ଲକ ଅନକା ବେଡ଼ା ଗାଁର ଯାଞସେନୀ ମନହୀରା ସାନ ଚୁନାକଳ, କେନାଲସାହିର ଦେବଆହୁତି ସାହୁ, ଚନ୍ଦାହାଣ୍ଡିର ଅସ୍ମିତା ସ୍ବାଇଁ ନୂଆ ଦୋକାନ କରି ସଫଳତା ହାସଲ କରିଛନ୍ତି।
ଆହୁରି ପଢ଼ନ୍ତୁ:River Indravati: ବାଲି ଚାଲାଣରେ ମରିଯିବ ଇନ୍ଦ୍ରାବତୀ, ଶୁଖି ହେଲାଣି ନାଳ
ଏହା ସହ ଜିଲ୍ଲାର ପ୍ରମୁଖ ସହର ଉମରକୋଟର ସଙ୍ଗୀତା ହରିଜନ ବ୍ୟୁଟିପାର୍ଲର କରି ପାରିଛନ୍ତି। ଏହି ଟଙ୍କା ମିଳିବା ପରେ ନିଜ ଦୋକାନକୁ ବଡ଼ କରିବା ସହ ବ୍ୟାଙ୍କରୁ ସହଯୋଗ ଆଣିବାକୁ ସାହାସ କରି ପାରିଥିବା କହିଛନ୍ତି ସଙ୍ଗୀତା। ଯଦିଓ ସିଲେଇ ଶିଖିଥିଲେ ହେଁ ଘରେ ରହୁଥିବା ଗୃହିଣୀ ପିଙ୍କିରାଣୀ ଢ଼ାଲି ସିଲେଇ ମେସିନ୍ ଆଣି ସିଲେଇ କରିବା ସହ ଖୁଚୁରା ସାମଗ୍ରୀ ବିକ୍ରୀ କରି ଆତ୍ମନିର୍ଭର ସହ ସଶକ୍ତ ହୋଇପାରିଥିବା କହିଛନ୍ତି।
କୁମାରୀରାଜ ଗଣ୍ଡ ପନିପରିବା ବିକ୍ରୀ କରିବା ପାଇଁ ନିଜ ନିକଟରେ ଟଙ୍କା ନଥିଲା ତେବେ ଏହି ଟଙ୍କା ମିଳିବା ପରେ ତାଙ୍କୁ ଶତସିଂହର ବଳ ଆସିଥିବା କହିଛନ୍ତି କୁମାରୀ। ଏହି ଟଙ୍କାରେ ପନିପରିବା ଆଣି ବିକ୍ରୀ କରି ସଶକ୍ତ ହୋଇ ପାରିଥିବା କହିଛନ୍ତି। ଜିଲ୍ଲାର ଏଭଳି ବହୁ ମହିଳା ଏହି ଟଙ୍କା ମିଳିବା ପରେ ଆତ୍ମନିର୍ଭର ହୋଇପାରିଥିବା କହିଛନ୍ତି ସାଂସଦ ଇଂ.ବଳଭଦ୍ର ମାଝୀ।
ଆହୁରି ପଢ଼ନ୍ତୁ:BCCI : ଖେଳାଳିଙ୍କ ଦରମା ବଢିଲା, କିନ୍ତୁ ୭ ବର୍ଷ ହେଲା ବଢିନି ଅମ୍ପାୟାରଙ୍କ ଦରମା
ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହେବା ପରେ ବହୁ ମହିଳାଙ୍କ ସଫଳତା,ଅତ୍ମନିର୍ଭର ଓ ସଶକ୍ତ ହୋଇପାରିବାର ତାଲିବା ଲମ୍ବା ବୋଲି ଜିଲ୍ଲା ସୁଭୁଦ୍ରା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ କହିଛନ୍ତି। ଏହି ମହିଳାମାନେ ସଶକ୍ତ ହୋଇ ଅନ୍ୟ କିଛି ବଡ ବ୍ୟବସାୟ କରିବାକୁ ଚାହିଁଲେ ବ୍ୟାଙ୍କ ଗୁଡିକ ଖୋଲାହାତରେ ତୁରନ୍ତ ଋଣ ଦିଅନ୍ତୁ , ଅଯଥାରେ କାଗଜପତ୍ର ନାଁରେ ହଇରାଣ କରନ୍ତୁ ନାହିଁ ବୋଲି ଜିଲ୍ଲାପାଳ ଡ.ମହେଶ୍ବ ସ୍ବାଇଁ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/25/women-are-now-empowered-and-self-reliant-by-utilizing-subhadra-assistance-wisely-2025-12-25-22-17-07.jpg)