ପୁଲିସ କ୍ୟାମ୍ପ୍‌ ଉପରେ ନକ୍ସଲ ଆକ୍ରମଣ, ୩ ଯବାନ ଆହତ

Advertisment

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୁଲିସ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ। ଆଜି ସକାଳ ୮ଟାରେ ବିଜାପୁର ଜିଲ୍ଲାର ପେମେଡ଼ ଥାନା ଅନ୍ତର୍ଗତ ଜିଡ଼ପାଲୀଠାରେ ଥିବା ପୁଲିସ କ୍ୟାମ୍ପ୍‌ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୁଲିସ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ। ଆଜି ସକାଳ ୮ଟାରେ ବିଜାପୁର ଜିଲ୍ଲାର ପେମେଡ଼ ଥାନା ଅନ୍ତର୍ଗତ ଜିଡ଼ପାଲୀଠାରେ ଥିବା ପୁଲିସ କ୍ୟାମ୍ପ୍‌ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା।

Mkg naxal attack on police camp

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ପୁଲିସ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିଛନ୍ତି ନକ୍ସଲ। ଆଜି ସକାଳ ୮ଟାରେ ବିଜାପୁର ଜିଲ୍ଲାର ପେମେଡ଼ ଥାନା ଅନ୍ତର୍ଗତ ଜିଡ଼ପାଲୀଠାରେ ଥିବା ପୁଲିସ କ୍ୟାମ୍ପ୍‌ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ସକାଳୁ ଯବାନ ନିତ୍ୟକର୍ମ ସାରି ପ୍ରସ୍ତୁତ ହେଉଥିବା ବେଳେ ହଠାତ ଗୁଳି ବର୍ଷଣ ଶୁଣିବା ପରେ ଯବାନ ନିଜକୁ ସୁରକ୍ଷିତ ରଖି ପାଲଟା ଜବାବ ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଉଭୟ ପଟୁ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ କ୍ୟାମ୍ପରେ ପ୍ରାଥମିକ ଚିକିତ୍ସା କରାଯାଇଛି। ସମସ୍ତ ଆହତ ଯବାନ ସୁରକ୍ଷିତ ଥିବା ଜଣାପଡ଼ିଛି। 

ଏହି ଆକ୍ରମଣରେ କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମାର ହାତ ଥିବା ପୁଲିସ କହିଛି। ପୂର୍ବରୁ ଗତ ୬ ତାରିଖ ଦିନ କାଙ୍କେର ଜିଲ୍ଲାରେ ପୁଲିସ କ୍ୟାମ୍ପ୍‌ ଉପରେ ନକ୍ସଲ ଆକ୍ରମଣ କରିଥିଲେ। ତେବେ ବୀରତ୍ବର ସହ ଡିଆର୍‌ଜି ଏବଂ ବିଏସ୍‌ଏଫ୍‌ ଯବାନ ଲଢ଼େଇ କରିଥିଲେ। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିଲା। ଗତ ତିନି ଦିନ ମଧ୍ୟରେ ଏହା ଥିଲା ନକ୍ସଲଙ୍କ ଦ୍ବିତୀୟ ଆକ୍ରମଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe