ନକ୍ସଲଙ୍କ ଶବ ନେ‌ଉ ନାହାନ୍ତି ସଂପର୍କୀୟ: ଆଜି ହେବ ଶେଷକୃତ୍ୟ

Advertisment
ନକ୍ସଲଙ୍କ ଶବ ନେ‌ଉ ନାହାନ୍ତି ସଂପର୍କୀୟ: ଆଜି ହେବ ଶେଷକୃତ୍ୟ

Clipper28

କୋରାପୁଟ : ବୁଧବାର ଅପରାହ୍ନରେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କିତବ‌ା ଜଙ୍ଗଲରେ ମାଓବାଦୀଙ୍କ ସହ ପୁଲିସର ଗୁଳି ବିନିମୟ‌ରେ ନିହତ ହୋଇଥିବା ୫ ମାଓବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ସେମାନଙ୍କ ସଂପର୍କୀୟ ନେଉ ନାହାନ୍ତି। ତେଣୁ ପୁଲିସ ସେମାନଙ୍କର ଶେଷକୃତ୍ୟ କରିବ। କୋରାପୁଟ ଶ୍ମଶାନରେ ଆସନ୍ତାକାଲି ସେମାନଙ୍କ ଶେଷକୃତ୍ୟ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

ବୁଧବାର ପୁଲିସ ସହ ଗୁଳି ବିନିମୟ ବେଳେ ୫ଜଣ ମାଓବାଦୀ ନିହତ ହୋଇଥିଲେ। ଏଥିରେ ଓଡ଼ିଶାରୁ ଜଣେ ମାତ୍ର ମିଲିସିଆ ରହିଥିଲା ବେଳେ ୪ଜଣ ଆନ୍ଧ୍ର କ୍ୟାଡର। ସେଥିରୁ ଆନ୍ଧ୍ରର କାମେଶ୍ବରୀ ଓରଫ ସ୍ବରୂପା ଏବଂ ଗୀତାଙ୍କ ମୃତଦେହକୁ ତାଙ୍କ ସଂପର୍କୀୟ ଉପଯୁକ୍ତ ପ୍ରମାଣ ଦେଖାଇ ନେଇ ଯାଇଛନ୍ତି। ଧାର୍ଯ୍ୟ ସମୟ ପୂରି ଯାଇଥିଲେ ମଧ୍ୟ ମୃତ ଦୁଇ ମାଓବାଦୀ ସତି ବାବୁ ଓରଫ ଦସୁ ଓ ଲକ୍ଷ୍ମୀଙ୍କ ମୃତଦେହ ନେବାକୁ କେହି ସଂପର୍କୀୟ ଆସିନାହାନ୍ତି। ଏହା ବ୍ୟତୀତ କେହି ପୁଲିସ ସହ ଯୋଗାଯୋଗ ମଧ୍ୟ କରି ନାହାନ୍ତି। କୋରାପୁଟ ଏସଡିପିଓ ଟି.ଜଗନ୍ନାଥ ରେଡ୍ଡି ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ମୃତ ୫ ମାଓବାଦୀଙ୍କ ମଧ୍ୟରୁ ୩ଜଣଙ୍କ ମୃତଦେହ ସେମାନଙ୍କ ସଂପର୍କୀୟମାନେ ନେଇ ସାରିଛନ୍ତି। ଆଉ ଦୁଇଜଣଙ୍କ ମୃତଦେହ ରହିଥିଲା ବେଳେ ନେବାକୁ କେହି ଆସୁ ନାହାନ୍ତି। ତେଣୁ ଆସନ୍ତାକାଲି ଦୁଇ ମୃତଦେହର ଶେଷକୃତ୍ୟ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe