ବୁଝାମଣା ପାଇଁ ବ୍ୟାକୁଳ ନକ୍ସଲ: ଆଲୋଚନା ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ନିବେଦନ

ଲଢ଼ିବା ପାଇଁ ଶକ୍ତି ନାହିଁ। ତେଣୁ ସରକାରଙ୍କ ସହ ବୁଝାମଣା କରିବାକୁ ବ୍ୟାକୁଳ ନକ୍ସଲ ସଂଗଠନ। ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଶାନ୍ତି ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି।

naxal

ମାଲକାନଗିରି: ଲଢ଼ିବା ପାଇଁ ଶକ୍ତି ନାହିଁ। ତେଣୁ ସରକାରଙ୍କ ସହ ବୁଝାମଣା କରିବାକୁ ବ୍ୟାକୁଳ ନକ୍ସଲ ସଂଗଠନ। ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଶାନ୍ତି ଆଲୋଚନା ଲାଗି ପ୍ରସ୍ତାବ ଦେଇଛନ୍ତି। ପଶ୍ଚିମ ବସ୍ତର ଡିଭିଜନାଲ୍‌ କମିଟି ସଚିବ ରୂପେଶ ପ୍ରେସ୍‌ ବିବୃତ୍ତିରେ ଶାନ୍ତିବାର୍ତ୍ତା ନିମନ୍ତେ ପ୍ରୟାସ ଆରମ୍ଭ କରାଯାଉ ବୋଲି ଅନୁରୋଧ କରିଛନ୍ତି। ସଂଗଠନର କେନ୍ଦ୍ରୀୟ କମିଟି ଓ ଷ୍ଟେଟ କମିଟି ସଦସ୍ୟ ଏବେ ସୁରକ୍ଷିତ ନାହାନ୍ତି। ତେଣୁ ସରକାର ନେଉଥିବା ପଦକ୍ଷେପର କୌଣସି ଉତ୍ତର ଦେଇପାରିନୁ। ସୁରକ୍ଷା କାରଣରୁ ଗଣମାଧ୍ୟମରୁ ହିଁ ସରକାରଙ୍କ ପଦକ୍ଷେପ ବିଷୟରେ ଅବଗତ ହେଉଛୁ। ସରକାରଙ୍କ ସହ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ କଗାର ନାଁରେ ଚାଲିଥିବା ହତ୍ୟାକାଣ୍ଡକୁ ପ୍ରଥମେ ବନ୍ଦ କରାଯାଉ। ଆଲୋଚନା ନିମନ୍ତେ ସୁସ୍ଥ ପରିବେଶ ମଧ୍ୟ ସୃଷ୍ଟି କରାଯାଉ। ଏହି ବିଷୟରେ ସମସ୍ତ କମ୍ରେଡ୍‌ଙ୍କୁ ସୂଚନା ଦିଆଯାଇଛି। ସଦସ୍ୟମାନେ ଏମିତି କାମ କରିବେ ନାହିଁ ଯାହା ଶାନ୍ତି ଆଲୋଚନାକୁ ପ୍ରଭାବିତ କରିବ, ସେଥିପ୍ରତି ଅତ୍ୟଧିକ ଗୁରୁତ୍ବ ଦିଆଯାଇଛି। ତେବେ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ସିଂଙ୍କ ବୟାନ ଗ୍ରହଣୀୟ ନୁହେଁ। ସେ ଅପରେସନ୍‌ କଗାରକୁ ଜାରି ରଖିବେ ବୋଲି କହିଛନ୍ତି। ଯଦି ଅପରେସନ୍‌ ଜାରି ରହିବ ତେବେ ଆଲୋଚନା ପାଇଁ କେବେ ବି ବାଟ ଫିଟିବ ନାହିଁ ବୋଲି ରୂପେଶ ସ୍ପଷ୍ଟ କରିଛନ୍ତି।

ପୁଣି ଶାନ୍ତି ପ୍ରସ୍ତାବ ଦେଲେ
ଆଲୋଚନା ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ନିବେଦନ

ଯବାନଙ୍କୁ ଆମେ ଭାଇ ବୋଲି ସମ୍ବୋଧନ କରୁଛୁ। ସେମାନଙ୍କୁ କେବେ ମଧ୍ୟ ଶତ୍ରୁ ବୋଲି ଭାବିନାହୁଁ। ତେଣୁ ଆମ ଉପରେ ଗୁଳି ଚଳାଇବା ବନ୍ଦ କରନ୍ତୁ। ବର୍ଷକ ମଧ୍ୟରେ ବହୁ ହିଂସାକାଣ୍ଡ ଘଟିଛି। ବହୁ ଲୋକଙ୍କ ଜୀବନ ଗଲାଣି। ଏଥର ତାହା ବନ୍ଦ ହେଉ। ଶାନ୍ତି ଆଲୋଚନା ପାଇଁ ସଂଗଠନ ପ୍ରସ୍ତୁତ ଅଛି। ସରକାର ଯେତେବେଳେ ଆଉ ଯେଉଁଠି ଚାହିବେ ସେଠାକୁ ଆସି କଥାବାର୍ତ୍ତା କରିବୁ। ସେହିପରି ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ରହିଥିବା ଭୟକୁ ଦୂର କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ଶାନ୍ତି ଆଲୋଚନା ପାଇଁ ଆମେ ସ୍ଥାନୀୟ ନେତାଙ୍କ ମଧ୍ୟ ସହଯୋଗ ଲୋଡ଼ିବୁ। ସେମାନେ କ’ଣ କହୁଛନ୍ତି ତାହାରି ଉପରେ ଆମର ନଜର ରହିଛି। ସବୁବର୍ଗର ଲୋକେ ଆଲୋଚନା ନିମନ୍ତେ ସରକାରଙ୍କୁ ଅନୁରୋଧ କରନ୍ତୁ। ନକ୍ସଲ ଛତିଶଗଡ଼ ଛାଡ଼ି ଅନ୍ୟରାଜ୍ୟକୁ ଚାଲିଗଲେ ବୋଲି ପୁଲିସ ଯେଉଁ ପ୍ରଚାର କରୁଛି ତାହା ମିଛ। କୌଣସି ପରିସ୍ଥିତିରେ ଆମେ ରାଜ୍ୟ ଛାଡ଼ିବୁ ନାହିଁ। ଯାହାର ଉଦାହରଣ ହେଲେ କମ୍ରେଡ୍‌ ରେଣୁକା। ସ୍ବାସ୍ଥ୍ୟ ଖରାପ ସତ୍ତ୍ବେ ସ୍ଥାନ ଛାଡ଼ିନଥିଲେ, ଯାହାଫଳରେ ପୁଲିସ ଗୁଳିର ଶିକାର ହେଲେ। ସଂଗଠନ ଦୁଇଟି ସ୍ଥାନରେ ଭୁଲ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ରୂପେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe