ସୀମାନ୍ତରେ ପୁଣି ପୁଲିସ-ନକ୍ସଲ ଗୁଳି ବିନିମୟ, ଖସିଗଲେ ଦୁର୍ଦାନ୍ତ ନକ୍ସଲ

ଗୋଛାପଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର୍‌: ମାଓବାଦୀଙ୍କ ଗୁଳିରେ ୨ ଏସ୍‌ଓଜି ଯବାନ ଗୁରୁତର

News Nation

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା କିଷ୍ଟରାମ ଥାନା ଅଞ୍ଚଳର ପାଲୋଡ଼ି ଜଙ୍ଗଲରେ ନକ୍ସଲ କ୍ୟାମ୍ପ କରିଥିବା ସୂଚନା ମିଳିଥିଲା। ଏହାପରେ ସିଆର୍‌ପିଏଫ୍‌, ଜିଲ୍ଲା ପୁଲିସ, ମିଳିତ ଭାବେ ଆଜି ସକାଳେ ଅପରେସନ ଆରମ୍ଭ କରିଥିଲେ। ଯବାନମାନେ କ୍ୟାମ୍ପ ନିକଟତର ହେବା ବେଳକୁ ନକ୍ସଲ ଖସି ଯିବାକୁ ଗୁଳି ଚଳାଇଥିଲେ। ଉଭୟପଟୁ ଗୁଳି ବର୍ଷା ହୋଇଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ସିଲ୍ କରି ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି। ଗୁଳି ବିନିମୟ ବେଳେ ଦୁର୍ଦାନ୍ତ ନକ୍ସଲମାନେ ଖସି ପଳାଇବାକୁ ସମର୍ଥ ହୋଇଥିଲେ ହେଁ ପୁଲିସ ସେମାନଙ୍କ କ୍ୟାମ୍ପ୍‌ରୁ ବିପୁଳ ସାମଗ୍ରୀ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe