୬ ଜଣଙ୍କୁ ମାଓବାଦୀଙ୍କ ଅପହରଣ!

୬ ଜଣଙ୍କୁ ମାଓବାଦୀଙ୍କ ଅପହରଣ!

କୋରାପୁଟ : କୋରାପୁଟରୁ ବୈପାରୀଗୁଡ଼ା ଅଞ୍ଚଳରୁ ମାଓବାଦୀମାନେ ୬ ଜଣଙ୍କୁ ଅପହରଣ କରି ନେଇଛନ୍ତି। ନିଜ ସଂଗଠନର ଶକ୍ତି ବୃଦ୍ଧି ପାଇଁ ଏହିଭଳି ପନ୍ଥା ଆପଣେଇଛି। ଗୋଇନ୍ଦା ନିକଟରେ ଏ ସମ୍ପର୍କରେ ଖବର ଥିଲେ ମଧ୍ୟ ସେମାନଙ୍କୁ ମୁକୁଳାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡ଼ିଛି।

କୋରାପୁଟ ଜିଲ୍ଲାରେ କିଛି ବର୍ଷ ମଧ୍ୟରେ ମାଓ ସଂଗଠନ ବହୁ ଦୁର୍ବଳ ହୋଇ ପଡିଛି। ହାତଗଣତି କିଛି କ୍ୟାଡରକୁ ଛାଡିଦେଲେ ସଂଗଠନରେ ବିଶେଷ ସଦସ୍ୟ ନାହାନ୍ତି। ପୁଣି ପୁଲିସର ଘନ ଘନ ଆକ୍ରମଣରେ କିଛି କ୍ୟାଡରଙ୍କ ମୃତ୍ୟୁ ହୋଇଥିଲାବେଳେ ଆଉ କିଛି ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି। ଏପଟେ ନୂଆ ଲୋକ ମାଓ ସଂଗଠନରେ ସାମିଲ ହେଉ ନାହାନ୍ତି। ପୁଲିସର ଭୟ ଲୋକଙ୍କୁ ମାଓ ସଂଗଠନରୁ ଦୂରେଇ ରଖିଛି।

ଏଥିପାଇଁ କୋରାପୁଟ ଜିଲ୍ଲାରେ କେବଳ ବୈପାରିଗୁଡାକୁ ଛାଡିଦେଲେ ଅନ୍ୟ ଅଂଚଳରେ ମାଓ ଗତିବିଧି ବିଶେଷ ନାହିଁ। ବୈପାରିଗୁଡା ବ୍ଲକର ବିଭିନ୍ନ ଅଂଚଳରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଲଗାଇ ସୁରକ୍ଷା ବଳକୁ ଚେକ୍‌ ଦେଇଛନ୍ତି। ସେଥିପାଇଁ ଅଧିକାଂଶ ଗାଁ ଏବେ ସୁରକ୍ଷା ବଳ ପାଇଁ ଅପହଞ୍ଚ ହୋଇ ଯାଇଛି। ଏହାକୁ ସୁଯୋଗ ଭାବେ ନେଇ ଲାଲ ବାହିନୀ ସେମାନଙ୍କ ସଂଗଠନ ବଢାଇବାରେ ଲାଗି ପଡିଛନ୍ତି। ଗାଁ ଗାଁ ବୁଲି ଲୋକଙ୍କୁ ମାଓ ଆଦର୍ଶ ଶୁଣାଉଛନ୍ତି। ସଂଗଠନରେ ସାମିଲ ହେବା ପାଇଁ ଯୁବ ଗୋଷ୍ଠୀଙ୍କୁ ପ୍ରବର୍ତ୍ତାଉଛନ୍ତି। ଏପରିକି ବିଭିନ୍ନ ଲୋଭନୀୟ ଅଫର ଦିଆଯାଉଛି। ସଂଗଠନରେ ମିଶିଲେ କ’ଣ କ’ଣ ସୁବିଧା ସୁଯୋଗ ମିଳିବ ତାହା ବୁଝାଇବା ସହ ତାଙ୍କ ସହ ମିଶିବା ପାଇଁ ବାଧ୍ୟ କରୁଛନ୍ତି। ତଥାପି ଯୁବ ଗୋଷ୍ଠୀ ନ ମଙ୍ଗିଲେ ସେମାନଙ୍କ ଅପହରଣ କରି ନିଆଯାଉଛି। ଗତ ଦୁଇ ଦିନ ଭିତରେ ବୈପାରିଗୁଡା ଥାନା ଭାଲୁଗୁଡା ଗ୍ରାମରୁ ଏମିତିରେ ୬ ଜଣଙ୍କୁ ଅପହରଣ କରି ନିଆଯାଇଛି। ଏଥିରେ ୪ ଜଣ ଯୁବକ ଓ ୨ଜଣ ଯୁବତୀ ରହିଛନ୍ତି। ବର୍ତମାନ ସେହି ଯୁବକ, ଯୁବତୀ କେଉଁଠି ଏବଂ କେଉଁ ଅବସ୍ଥାରେ ରହିଛନ୍ତି ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe