ଓଡ଼ିଶା ସୀମାରେ ମାଓ ଆତଙ୍କ : ବିଜେପି ନେତାଙ୍କୁ ଅପହରଣ କରି ହତ୍ୟା

ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ଓଡ଼ିଶା ସୀମାରେ ମାଓ ଆତଙ୍କ : ବିଜେପି ନେତାଙ୍କୁ ଅପହରଣ କରି ହତ୍ୟା

Rashtrabodh

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ନିକଟସ୍ଥ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୁମ୍‌ଲା ଜିଲ୍ଲା କଟିଆ ସାପ୍ତାହିକ ବଜାରରେ ଗତକାଲି ମାଓବାଦୀ ଚଢ଼ାଉ କରିଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ବିଜେପି ନେତା ତଥା କୁକୁଡା ବେପାରୀଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ। ମୃତ ବ୍ୟକ୍ତିଙ୍କର ନାଁ ବ୍ରଜେଶ ସାହୁ। ଘଟଣାସ୍ଥଳରେ ମାଓପୋଷ୍ଟର ଛାଡି ଗାଁ ନିକଟରେ ଛିଡା ହୋଇଥିବା ଏକ କେନ୍ଦୁପତ୍ର ବୋଝେଇ ଗାଡିରେ ଫେରାର ହୋଇଯାଇଥିଲେ। ସେମାନେ ଛାଡି ଯାଇଥିବା ପୋଷ୍ଟରରେ ପୁଲିସ ଇନଫର୍ମର ସନ୍ଦେହରେ ବ୍ରଜେଶଙ୍କୁ ହତ୍ୟା କରାଗଲା ବୋଲି ଦର୍ଶାଯାଇଛି। ଆଜି ସକାଳୁ ପୁଲିସ ପହଞ୍ଚି ବ୍ରଜେଶଙ୍କର ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି। ମିଳିଥିବା ସୂଚନା ଅନୁଯାୟୀ, ବ୍ରଜେଶ ପୁଲିସ ଇନଫର୍ମର କାମ କରୁଥିବା ମାଓବାଦୀମାନେ ସନ୍ଦେହ କରିଥିଲେ। ବ୍ରଜେଶଙ୍କୁ ପ୍ରଜାକୋର୍ଟରେ ଉଚିତ ଦଣ୍ଡ ଦେବାକୁ ମାଓବାଦୀମାନେ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ସେମାନେ ଅସ୍ତ୍ରଶସ୍ତ୍ର ସହ କଟିଆ ଗାଁ ନିକଟ ସାପ୍ତାହିକ ବଜାରରେ ପହଞ୍ଚିଥିଲେ। ବନ୍ଧୁକ ମୁନରେ ଧମକଚମକ ଦେଇ ବ୍ରଜେଶଙ୍କୁ ତାଙ୍କ କୁକୁଡା ଦୋକାନରୁ ଉଠାଇ ନିକଟ କଟିଆ ଗାଁକୁ ନେଇଯାଇଥିଲେ। ସେଠାରେ ବ୍ରଜେଶଙ୍କୁ ଗୁଳି କରି ହତ୍ୟା କରିବା ପରେ ଫିଙ୍ଗି ଦେଇଥିଲେ। ଅପହରଣ ସୂଚନା ପାଇଁ ସ୍ଥାନୀୟ ପୁଲିସ ଟିମ୍‌ ବ୍ରଜେଶଙ୍କୁ ମୁକ୍ତ ପାଇଁ ରାତିର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। କିନ୍ତୁ ବ୍ରଜେଶଙ୍କୁ ମୁକ୍ତ କରିବାରେ ଅସଫଳ ହୋଇଥିଲେ।

ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ତୋଡକି ଥାନା ଅନ୍ତର୍ଗତ ମୁରନାର ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ଦୁଇ ନକ୍ସଲ ମୃତ୍ୟୁବରଣ କରିଥିବା ଜଣାପଡିଛି। ସେହିପରି ପୁଲିସ ଘଟଣାସ୍ଥଳରୁ ୪ଟି ବନ୍ଧୁକ ଜବତ କରିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କାଙ୍କେର ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ତୋଡକି ଥାନା ଅଞ୍ଚଳର ମୁରନାର ଜଙ୍ଗଲରେ କମ୍ବିଂ କରୁଥିଲେ। ମଧ୍ୟ ରାତ୍ରିରେ ଯବାନଙ୍କୁ ଦେଖିବା ପରେ ଜଙ୍ଗଲ ଭିତରେ କ୍ୟାମ୍ପ କରି ରହିଥିବା ନକ୍ସଲ ମାନେ ଆଖିବୁଜା ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ କରି ପାଲଟା ଜବାବ ଦେଇଥିଲେ। ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରିବା ବେଳେ ଯବାନ ଦୁଇ ମାଓବାଦୀଙ୍କ ଶବକୁ ଜବତ କରିବା ସହ ବହୁ ପରିମାଣର ମାଓ ସାମଗ୍ରୀ ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe