ନକ୍ସଲଙ୍କୁ ହତ୍ୟାକଲେ ନକ୍ସଲ: ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ବର୍ଡର ଡିଭିଜନ୍‌ର ସ୍ବୀକାରୋକ୍ତି

Advertisment
ନକ୍ସଲ କମ୍ରେଡ ଅଶୋକର ମୃତ୍ୟୁକୁ ସରକାରୀ ହତ୍ୟା କହିଲା ମାଓ ସଂଗଠନ

ମାଲକାନଗିରି: ଚକିତ କଲା ଭଳି କଥାଟିଏ ଘୋଷଣା କରିଛି ନକ୍ସଲ ସଙ୍ଗଠନ ‘ଆନ୍ଧ୍ର-ଓଡ଼ିଶା ସ୍ବତନ୍ତ୍ର ବର୍ଡର ଡିଭିଜନ୍‌’। ପୂର୍ବତନ ମହିଳା ସାଥୀ ସୋମେୟା ଓରଫ ନେଲସୋ ଓରଫ ବନ୍ତି ରାଧାଙ୍କୁ ସଂଗଠନ ହତ୍ୟା କରିଛି ବୋଲି ସଚିବ ଗଣେଶ ଆଜି ସ୍ବୀକାର କରିଛନ୍ତି। ଗଣମାଧ୍ୟମ ଉଦ୍ଦେଶ୍ୟରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସଂଗଠନ ବିରୋଧରେ ଷଡ଼୍‌ଯନ୍ତ୍ର ପାଇଁ ଏଭଳି ଦଣ୍ଡ ଦିଆଯାଇଥିବା ଉଲ୍ଲେଖ କରିଛନ୍ତି।

ସଂଗଠନ ଅଭିଯୋଗ କରିଛି, କିଛି ଦିନ ହେଲା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡ଼ ପୁଲିସ ସହ ରାଧା ଯୋଗାଯୋଗରେ ରହିଥିଲେ। ସଂଗଠନର ଗୁପ୍ତ ତଥ୍ୟ ପୁଲିସକୁ ଦେବା ସହ ସଂଗଠନର କ୍ଷତି କରିବାକୁ ଯୋଜନା କରିଥିଲେ। ସଂଗଠନ ଏହି ବିଷୟରେ ଜାଣିବା ପରେ ତଦନ୍ତ କରିଥିଲା। ପ୍ରମାଣ ମିଳିବା ପରେ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରି ରାଧାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ହାଇଦ୍ରାବାଦ ଆମ୍ବେଦକରନଗର ବାସିନ୍ଦା ରାଧା ଇଣ୍ଟର ଓ ଡିଏମ୍‌ ପର୍ଯ୍ୟନ୍ତ ପଢ଼ିଛନ୍ତି। ୨୦୧୮ ମସିହାରେ ସେ ସ୍ବେଚ୍ଛାକୃତ ଭାବେ ସଂଗଠନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe