ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କଲେ ନକ୍ସଲ

Advertisment
ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ନକ୍ସଲ ଆଜି ପୁଣି ହିଂସାକାଣ୍ଡ ଘଟାଇଛନ୍ତି। ଜଣେ ସରପଞ୍ଚଙ୍କ ସ୍ବାମୀଙ୍କୁ ପୁଲିସ ଇନ୍‌ଫର୍ମର ଦର୍ଶାଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ଦୁର୍ଗକନ୍ଦଲ ବ୍ଲକ ସିକସୋଡି ଥାନା ଅନ୍ତର୍ଗତ ଛୋଟେବଦଲି ଗ୍ରାମର ସରପଞ୍ଚଙ୍କ ସ୍ବାମୀ ଲାଲ ସ୍ବାଗା ଦୁଗା ବୋଲି ଜଣାପଡ଼ିଛି। ଏସ୍‌ପି କେ.ଏଲ ଧ୍ରୁବ କହିବା ଅନୁଯାୟୀ ନକ୍ସଲ ଗତକାଲି ରାତିରେ ଗାଁରେ ପହଞ୍ଚି ପୁଲିସ ଇନଫର୍ମର ବୋଲି କହି ସରପଞ୍ଚଙ୍କ ସ୍ବାମୀକୁ ଘରୁ ଟେକି ନେଇଥିଲେ। ଏହାପରେ ମାରପିଟ କରି ହତ୍ୟା କରିଛନ୍ତି। ନକ୍ସଲ ନିର୍ବାଚନ ପୂର୍ବରୁ ଏଭଳି ଅଘଟଣ ଘଟାଇ ଲୋକଙ୍କୁ ଭୟଭୀତ କରାଇବାକୁ ଚେଷ୍ଟା କରୁଥିବା କହିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣାରେ ବହୁ ସଂଖ୍ୟାରେ ସଶସ୍ତ୍ର ନକ୍ସଲ ସଂପୃକ୍ତ ଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍‌ ଗାଁରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe