Mysuru Today
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ପୁଲିସ ଏସଆଇଙ୍କୁ ନକ୍ସଲ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ଆଜି ମିରତୁର ଠାରେ ସାପ୍ତାହିକ ହାଟ ରହିଥିଲା। ଏହି ହାଟକୁ ଘର ପାଇଁ କିଛି କିଣିବା ପାଇଁ ପୁଲିସ ଏସଆଇ ଚେତୁରାମ ଆସିଥିଲେ। ପୂର୍ବରୁ ହିଁ ସେ ନକ୍ସଲଙ୍କ ଟାର୍ଗେଟରେ ରହିଥିବା ବେଳେ ହତ୍ୟା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥିଲେ ନକ୍ସଲ। ଆଜି ସେହି ସୁଯୋଗ ମିଳି ଯାଇଥିଲା। ହାଟକୁ ଏକୁଟିଆ ଯାଇଥିବା ଚେତୁରାମଙ୍କୁ ପୂର୍ବରୁ ଅପେକ୍ଷା କରି ରହିଥିବା ନକ୍ସଲ ଚାରିପଟୁ ଘେରି ଯାଇ ଆତର୍କିତ ଭାବେ ଆକ୍ରମଣ କରିଥିଲେ।
Follow Us