ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଆରମ୍ଭ: ଜିଲ୍ଲାରେ ହାଇଆଲର୍ଟ, ସୀମା ସିଲ୍

Advertisment

ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ। ଏଥିପାଇଁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ପିଏଲ୍‌ଜିଏରେ ସାମିଲ ହୋଇ ଶତ୍ରୁଙ୍କ ସହ ଲଢ଼େଇ କରିବା ସହ ସହିଦ ହୋଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆହ୍ବାନ ଦିଆଯାଇଛି।

ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ। ଏଥିପାଇଁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ପିଏଲ୍‌ଜିଏରେ ସାମିଲ ହୋଇ ଶତ୍ରୁଙ୍କ ସହ ଲଢ଼େଇ କରିବା ସହ ସହିଦ ହୋଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆହ୍ବାନ ଦିଆଯାଇଛି।

Mkg naxal killed youth

ମାଲକାନଗିରି: ଆଜିଠାରୁ ଆରମ୍ଭ ହୋଇଛି ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ। ଏଥିପାଇଁ ମାଓ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ପିଏଲ୍‌ଜିଏରେ ସାମିଲ ହୋଇ ଶତ୍ରୁଙ୍କ ସହ ଲଢ଼େଇ କରିବା ସହ ସହିଦ ହୋଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଆହ୍ବାନ ଦିଆଯାଇଛି। ପିଏଲ୍‌ଜିଏର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଗ୍ରାମବାସୀଙ୍କୁ ସଚେତନ କରାଯିବ। ଚଳିତବର୍ଷ ପିଏଲ୍‌ଜିଏକୁ ୨୪ ବର୍ଷ ପୂରୁଥିବାରୁ ଧୁମ୍‌ଧାମ୍‌ରେ ନକ୍ସଲ ପାଳନ କରୁଥିବା ସୂଚନା ମିଳିଛି। ଅପରପକ୍ଷରେ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ଆଲର୍ଟ ହୋଇ ରହିଛି।

ମାଲକାନଗିରିକୁ ଲାଗିଥିବା ତିନି ରାଜ୍ୟର ସୀମାକୁ ସିଲ୍ କରାଯାଇଛି। ଏଥିସହ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ସମସ୍ତ ଯାନବାହନକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ସେହିପରି ବିଏସ୍‌ଏଫ୍‌, ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କ ଦ୍ବାରା କମ୍ବିଂ ଅପରେସନକୁ ଜୋର୍‌ଦାର କରାଯାଇଛି। ନକ୍ସଲଙ୍କ ସମସ୍ତ ଯୋଜନା ପଣ୍ଡ କରାଯିବ ବୋଲି କୁହାଯାଇଛି। ଗୁଇନ୍ଦା ବିଭାଗ ଗତ କିଛି ଦିନ ହେଲା ନକ୍ସଲଙ୍କ ସମସ୍ତ ଗତିବିଧି ଉପରେ ନଜର ରଖି ଆସୁଛନ୍ତି। ଜିଲ୍ଲାରେ ନକ୍ସଲଙ୍କ ସେତେଟା ପ୍ରଭାବ ନଥିବା ବେଳେ କୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟାଇପାରନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ସହ ପୁଲିସ ଇନଫର୍ମର୍‌ଙ୍କୁ ନକ୍ସଲ ଟାର୍ଗେଟ୍ କରିପାରନ୍ତି। ନକ୍ସଲ ଏହି ସମୟରେ ଲ୍ୟାଣ୍ଡମାଇନ୍ ଖଞ୍ଜି ଯବାନଙ୍କୁ ଟାର୍ଗେଟ୍ କରିବାର ପୂର୍ବରୁ ନଜିର ରହିଛି। ତେଣୁ କମ୍ବିଂ ଅପରେସନ ବେଳେ ଏସ୍‌ଓପି ପାଳନ କରିବାକୁ ଯବାନମାନଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ପଡ଼ୋଶୀ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସୀମାକୁ ସିଲ୍ କରାଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe