ସୁକଲତର୍ମା ଜଂଗଲରେ ପୁଲିସ୍‌-ମାଓବାଦୀ ଗୁଳି ବିନିମୟ

Advertisment
ସୁକଲତର୍ମା ଜଂଗଲରେ ପୁଲିସ୍‌-ମାଓବାଦୀ ଗୁଳି ବିନିମୟ

ବରଗଡ଼ : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସୁକଲତର୍ମା ପାଖରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଘଣ୍ଟାଏ ଧରି ଗୁଳି ବିନିମୟ ହୋଇଛି। ମଂଗଳବାର ବିଳମ୍ବିତ ରାତିରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ରାତି ପ୍ରାୟ ୯ଟା ବେଳେ ସୁକଲତର୍ମା ଜଂଗଲରେ ପ୍ରାୟ ୭ଜଣ ମାଓବାଦୀ ଠୁଳ ହୋଇ ଅଘଟଣ ଘଟାଇବାକୁ ଯୋଜନା କରୁଥିବା ପୁଲିସ୍‌ ପାଖକୁ ବିଶ୍ବସ୍ତ ସୂତ୍ରରୁ ଖବର ପହଂଚିଥିଲା। ବରଗଡ଼ ପୁଲିସର ୧୦ଜଣିଆ ଡିଭିଏଫ୍‌ ଟିମ୍‌ ତଲାସୀରେ ବାହାରି ଥିଲା। ସର୍ଚ୍ଚ ଅପରେସନ ବେଳେ କିଛି ମାଓବାଦୀ ସୁବଜ ରଂଗର ପୋଷାକ ପିନ୍ଧିଥିବା ଟିମ୍‌ ଦେଖିବାକୁ ପାଇଥିଲା। ସେମାନଙ୍କ ପାଖରେ ବନ୍ଧୁକ ଏବଂ କିଟ୍‌ ବ୍ୟାଗ୍‌ ଥିଲା। ପୁଲିସ୍‌ ଟିମ୍‌ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା। କିନ୍ତୁ ମାଓବାଦୀମାନେ ପୁଲିସ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ପରେ ପୁଲିସ ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା। ତେବେ ଅନ୍ଧାରୁଆ ପରିବେଶ ଏବଂ ଘଞ୍ଚ ଜଂଗଲର ଫାଇଦା ଉଠାଇ ମାଓବାଦୀ ଛତ୍ରଭଂଗ ଦେଇଥିଲେ। ଉକ୍ତ ଜଂଗଲରେ ଅତିରିକ୍ତ ଫୋର୍ସ ପହଂଚି ତଲାସୀ ଅଭିଯାନ ଚଳାଇଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଖୋକା, କମ୍ପାସ୍‌ ଏବଂ କିଛି ମାଓ ଦସ୍ତାବିଜ୍‌ ଜବତ ହୋଇଥିବା ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe