ନକ୍ସଲଙ୍କ ରଣନୀତି ଗୃହ ଏବେ ପୁଲିସ୍‌ର ୱାର୍‌ ରୁମ୍‌: ସୁରକ୍ଷାକର୍ମୀଙ୍କ କବ୍‌ଜାରେ ପୁବର୍ତ୍ତୀ ଗାଁ

Advertisment

ଛତିଶଗଡ଼ ପୁଲିସ୍‌ର ମୋଷ୍ଟ୍‌ ୱାଣ୍ଟେଡ୍ ତାଲିକାରେ ରହିଛି ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା। କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମା ଗରିଲା ଯୁଦ୍ଧ, ଆମ୍ବୁସ୍‌, ଏନ୍‌କାଉଣ୍ଟର୍‌, ବୋମା ତିଆରିରେ ସିଦ୍ଧହସ୍ତ।

ଛତିଶଗଡ଼ ପୁଲିସ୍‌ର ମୋଷ୍ଟ୍‌ ୱାଣ୍ଟେଡ୍ ତାଲିକାରେ ରହିଛି ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା। କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମା ଗରିଲା ଯୁଦ୍ଧ, ଆମ୍ବୁସ୍‌, ଏନ୍‌କାଉଣ୍ଟର୍‌, ବୋମା ତିଆରିରେ ସିଦ୍ଧହସ୍ତ।

Naxal operation

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଛତିଶଗଡ଼ ପୁଲିସ୍‌ର ମୋଷ୍ଟ୍‌ ୱାଣ୍ଟେଡ୍ ତାଲିକାରେ ରହିଛି ଦୁର୍ଦ୍ଦାନ୍ତ ନକ୍ସଲ ହିଡ଼ମା। କେନ୍ଦ୍ରୀୟ କମିଟି ସଦସ୍ୟ ହିଡ଼ମା ଗରିଲା ଯୁଦ୍ଧ, ଆମ୍ବୁସ୍‌, ଏନ୍‌କାଉଣ୍ଟର୍‌, ବୋମା ତିଆରିରେ ସିଦ୍ଧହସ୍ତ। ୭୬ ସିଆର୍‌ପିଏଫ୍‌ ଯବାନ, ପିସିସି ସଭାପତି ହତ୍ୟା ଭଳି ବହୁ ଜଘନ୍ୟ ମାଓହିଂସାର ମାଷ୍ଟରମାଇଣ୍ଡ ହିଡ଼ମା। ପୁଲିସ୍‌ ଓ ଯବାନକୁ ଚକ୍‌ମା ଦେଇ ଆସୁଥିବା ହିଡ଼ମାର ନିଜ ଗାଁ ପୁବର୍ତ୍ତୀକୁ ଏବେ ସୁରକ୍ଷାକର୍ମୀ କବ୍‌ଜାକୁ ନେଇଛନ୍ତି। ଗାଁରେ କ୍ୟାମ୍ପ ପ୍ରତିଷ୍ଠା ସହ ନକ୍ସଲଙ୍କ ସହିଦ୍‌ ସ୍ତମ୍ଭକୁ ଭାଙ୍ଗି ଦେଇଛନ୍ତି। ଏଥି ସହିତ ନକ୍ସଲଙ୍କ ରଣନୀତି ପାଇଁ ତିଆରି ହୋଇଥିବା ବଡ଼ କୋଠା ଘରକୁ ଯବାନମାନେ ୱାର୍ ରୁମ୍‌ ଭାବେ ବ୍ୟବହାର କରୁଛନ୍ତି। 

ସୁରକ୍ଷାକର୍ମୀଙ୍କ କବ୍‌ଜାରେ ପୁବର୍ତ୍ତୀ ଗାଁ
ହିଡ଼ମା ସହ ଏହି ଗାଁରୁ ନକ୍ସଲ ହୋଇଛନ୍ତି ୮୦ ଗ୍ରାମବାସୀ

୧୯୯୦ରେ ନକ୍ସଲ ସଂଗଠନରେ ସାମିଲ୍ ହୋଇଥିଲା ହିଡ଼ମା। ସାଧାରଣ ସଦସ୍ୟରୁ ନକ୍ସଲ ଜୀବନ ଆରମ୍ଭ କରିଥିବା ହିଡ଼ମା ଖୁବ୍‌ କମ୍ ସମୟ ମଧ୍ୟରେ ମାତ୍ର ୩୯ ବର୍ଷ ବୟ‌ସରେ ନକ୍ସଲ ସଂଗଠନର କ୍ୟାଡର୍‌ ନେତା ହୋଇ ପାରିଥିଲା। ପ୍ରଥମେ ବାଟାଲିୟନ୍‌ ନମ୍ବର-୧ର କମାଣ୍ଡର ଥିଲା। ଏବେ ସେ କେନ୍ଦ୍ରୀୟ କମିଟି ସଦସ୍ୟ ରହିଛି। ନକ୍ସଲ ସଂଗଠନରେ ନିଜ ଗାଁର ୮୦ରୁ ଅଧିକଙ୍କୁ ସାମିଲ୍ କରିଛି ହିଡ଼ମା। ବର୍ତ୍ତମାନ ବାଟାଲିୟନ ନମ୍ବର-୧ର କମାଣ୍ଡର୍‌ ବାଡ଼ସେ ଦେବାର ମଧ୍ୟ ପୁବର୍ତ୍ତୀ ଗାଁର। ଯାହା ଛତିଶଗଡ଼ ପୁଲିସ୍‌ ଓ ମାଓ ଅପରେସନ୍‌ରେ ନିୟୋଜିତ ଯବାନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା। ପ୍ରତି ମାସରେ ନକ୍ସଲ ହିଂସାକାଣ୍ଡ ଘଟାଉଥିବା ବେଳେ ହିଡ଼ମାର ଗାଁ ପୁବର୍ତ୍ତୀରେ ବସି ଚକ୍ରବ୍ୟୁହ ରଚୁଥିଲେ। ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ସହ କେନ୍ଦ୍ରୀୟ କମିଟି ସଦସ୍ୟ ଏହି ଅଂଚଳରେ ବୁଲିବା ସହ ଆତ୍ମଗୋପନ କରିଥାନ୍ତି। ସୁକମା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ଅବସ୍ଥିତ ପୁବର୍ତ୍ତୀ ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା, ମୋବାଇଲ୍ ଓ ବିଦ୍ୟୁତ୍‌ ସୁବିଧା ନାହିଁ। ବହୁ ବାଧାବିଘ୍ନକୁ ସାମନା କରି ଶେଷରେ ସୁରକ୍ଷାକର୍ମୀ ପୁବର୍ତ୍ତୀ ଗାଁକୁ ନିଜ କବ୍‌ଜାକୁ ନେଇଛନ୍ତି।

 ଗ୍ରାମରୁ ୫ କିମି ପର୍ଯ୍ୟନ୍ତ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଡିଆର୍‌ଡି, ଏସ୍‌ଟିଏଫ୍‌, ବସ୍ତର ଫାଇଟରସ୍ ଓ ଆଇଟିବିପି ଯବାନଙ୍କୁ ଅବସ୍ଥାପିତ କରାଯାଇଛି। ପୁବର୍ତ୍ତୀ ଗ୍ରାମକୁ ସୁରକ୍ଷାକର୍ମୀ କବଜାକୁ ନେବା ପରେ ନକ୍ସଲ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସହିଦ ସ୍ତମ୍ଭକୁ ଯବାନ ଧ୍ବଂସ କରିବା ସହ ନକ୍ସଲଙ୍କ ବ୍ୟବହାରରେ ଲାଗୁଥିବା ଟ୍ରାକ୍ଟରକୁ ଜବତ କରାଯାଇଛି। ଗାଁକୁ ଚାରିପଟୁ ସୁରକ୍ଷାକର୍ମୀ ଘେରିବା ପରେ ଗ୍ରାମବାସୀ ଭୟଭୀତ ହୋଇ ଘର ଛାଡ଼ି ଅନ୍ୟତ୍ର ପଳାଇଥିଲେ। ସୁରକ୍ଷାକର୍ମୀ ବୁଝାସୁଝା କରିବା ପରେ ସଭିଏଁ ପୁଣି ଗାଁକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe