ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ, ଛତିଶଗଡ଼ ଏନ୍‌କାଉଣ୍ଟର ପରେ ଜବତ ହେଲା

Advertisment
ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ, ଛତିଶଗଡ଼ ଏନ୍‌କାଉଣ୍ଟର ପରେ ଜବତ ହେଲା

ମାଲକାନଗିରି : ନକ୍ସଲମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଆଦୌ ନୂଆ କଥା ନୁହେଁ। କିନ୍ତୁ ଏହିସବୁ ହତିଆର ମଧ୍ୟରେ ପାକିସ୍ତାନରେ ନିର୍ମିତ ବନ୍ଧୁକ ମିଳିବା ଛତିଶଗଡ଼ ପୁଲିସର ଚିନ୍ତା ବଢ଼ାଇ ଦେଇଛି। କେ‌ମିତି ଏହି ବନ୍ଧୁକ ସୀମା ଡେଇଁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳକୁ ଆସିଲା ତାହାର ଯାଞ୍ଚ ଚାଲିଛି। ଅନ୍ୟପଟେ ଆତଙ୍କବାଦୀଙ୍କ ସହ ମାଓବାଦୀକୁ ବି ପାକିସ୍ତାନ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି।

ସୂଚନା ଅନୁଯାୟୀ, ଗତକାଲି ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଲିସ ପକ୍ଷରୁ ନକ୍ସଲଙ୍କ ସହ ଏକ ବଡ଼ଧରଣର ଏନକାଉଣ୍ଟର ହୋଇଥିଲା। ଏଥିରେ ଦୁଇ ନକ୍ସଲ ଘଟଣାସ୍ଥଳରେ ନିହତ ହୋଇଥିଲେ। ମାଓ କ୍ୟାମ୍ପକୁ ଧ୍ବସଂ କରାଯାଇଥିବା ବେଳେ ବିପୁଳ ପରିମାଣରେ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା। ତେବେ ଏହି ଜବତ ସାମଗ୍ରୀ ମଧ୍ୟରେ ୪ଟି ବନ୍ଧୁକ ରହିଥିବା ବେଳେ ସେଥିରୁ ଗୋଟିଏ ପାକିସ୍ତାନରେ ନିର୍ମିତ ଜି-୩ ବନ୍ଧୁକ ରହିଛି। ଯାହାକି ସୁରକ୍ଷାକର୍ମୀଙ୍କୁ ଚିନ୍ତାରେ ପକାଇ ଦେଇଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଗତ ଦିନରେ ସୁକମା ଏନକାଉଣ୍ଟରରେ ମାଓବାଦୀଙ୍କ ନିକଟରୁ ଅନୁରୂପ ଜି-୩ବନ୍ଧୁକ ଜବତ ହୋଇଥିଲା। ଏହାବ୍ୟତୀତ ଅନେକ ସମୟରେ ଚୀନ୍‌ରେ ନିର୍ମିତ ମାଉଜର, ଗ୍ରେନେଡ ଆଦି ଛତିଶଗଡ଼ରେ ହୋଇଥିବା ମାଓ ଅପରେସନ ପରେ ମିଳିଥିଲା। ବର୍ତମାନ ଏହି ବନ୍ଧୁକ କେଉଁ ସୂତ୍ରରୁ ମାଓବାଦୀଙ୍କ ପାଖକୁ ଆସିଲା ତାହାକୁ ନେଇ ଖୋଳତାଡ଼ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe