ନୟାଗଡ଼ରେ ପୋଲିଓ ବୁନ୍ଦା ଖାଇ ଶିଶୁ ମୃତ୍ୟୁ ମାମଲା : ମୃତକଙ୍କୁ ୪ଲକ୍ଷର କ୍ଷତିପୂରଣ ନିର୍ଦେଶ ଦେଲେ ଏନ୍‌ଏଚ୍‌ଆରସି

Advertisment
ଶିଶୁ ଯୌନ ଶୋଷଣକୁ ନେଇ ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ପୁଣି ଚିଠି ଲେଖିଲେ ଏନ୍‌ଏଚ୍‌ଆରସି

image source-ipleaders blog

ଭୁବନେଶ୍ବର : ୬ ବର୍ଷ ତଳର ଏକ ମାମଲାର ବିଚାର କରି ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି) ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ୨୦୧୪ ମସିହାରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ବଳଭଦ୍ରପୁର ଗାଁର ଜଣେ ଶିଶୁ ପୋଲିଓ ବୁନ୍ଦା ଖାଇ ପ୍ରାଣ ହରାଇବା ଘଟଣାରେ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦେଶ ଦେଇଛନ୍ତି। ଏହାବାଦ୍ ଅସୁସ୍ଥ ହୋଇଥିବା ୧୧ଜଣ ଶିଶୁଙ୍କ ପରିବାରକୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ କମିସନ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ୨୦୧୪ ମସିହା ଜୁଲାଇ ୨ତାରିଖରେ ବଳଭଦ୍ରପୁର ଗାଁରେ ପୋଲିଓ ବୁନ୍ଦା ଖାଇବା ପରେ ଶିଶୁମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ଏଥିରେ ଜଣେ ଶିଶୁ ପ୍ରାଣ ହରାଇଥିଲା। ଏ ନେଇ ସୂଚନାଧିକାର କର୍ମୀ ଜୟନ୍ତ ଦାସ ଏନ୍‌ଏଚ୍‌ଆରସିଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ। ଏହି ପିଟିସନ୍ ଆଧାରରେ କମିସନ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ସ୍ବାସ୍ଥ୍ୟ ସଚିବ ସଂପୃକ୍ତ ଶିଶୁଟି ଆସଫେକ୍ସିଆରେ ପ୍ରାଣ ହରାଇଥିବା ଦର୍ଶାଇଥିଲେ। ଟିକାକରଣ କେନ୍ଦ୍ରରେ ଏହି ଘଟଣା ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କମିସନଙ୍କ ନଜରକୁ ଆସିଥିଲା। ଶିଶୁର ମାନବାଧିକାର ଉଲ୍ଲଂଘନ ହୋଇଥିବା ଦୃଷ୍ଟିରୁ କମିସନ ମୃତ ଶିଶୁକୁ ୪ ଲକ୍ଷ ଟଙ୍କା ଓ ଅସୁସ୍ଥ ଶିଶୁଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ୬ ସପ୍ତାହ ଭିତରେ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe