ନୟାଗଡ଼: କାନ୍ଥ ପଡ଼ି ୪ ବର୍ଷର ବାଳକ ମୃତ

Advertisment
ନୟାଗଡ଼: କାନ୍ଥ ପଡ଼ି ୪ ବର୍ଷର ବାଳକ ମୃତ

ନୟାଗଡ଼: ବିଜ୍ଞାପିତ ଅଞ୍ଚଳ ପରିଷଦ୍‌ ଅନ୍ତର୍ଗତ ୧୧ ନମ୍ବର ଓ୍ଵାର୍ଡରେ ରବିବାର ଅପରାହ୍ଣ ପ୍ରାୟ ସାଢ଼େ ବାରଟା ବେଳେ ଗୋଟାଏ ମାଟି ଘରର କାନ୍ଥ ପଡ଼ି ଯିବାରୁ ଜଣେ ୪ ବର୍ଷିୟ ବାଳକର ମୃତ୍ୟୁ ଘଟିଛି।

ମୃତ ବାଳକର ନାମ ସାଇକୃଷ୍ଣ ପାତ୍ର। ସେ ପ୍ରମୋଦ ଓ ସୁକାନ୍ତି ପାତ୍ରଙ୍କର ପୁତ୍ର ବୋଲି ଜଣା ପଡ଼ିଛି। ପିଲାଟିର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳବାସୀ ଶୋକାଭିଭୂତ ହୋଇ ପଡ଼ିଛନ୍ତି।

ଲଘୁଚାପ ଜନିତ ଝଡ଼ିବର୍ଷା ଖାଇ ମାଟିଘରଟିର କାନ୍ଥ ବତୁରି ଯାଇଥିଲା। ଆଜି ସକାଳୁ ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ ଦୁର୍ବଳ କାନ୍ଥଟି ଭାରସାମ୍ୟ ରକ୍ଷା କରି ନ ପାରି ପଡ଼ି ଯାଇଥିଲା।

ଖବର ପାଇ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe