ସଂକଟ ମଧ୍ୟକୁ ଚାଲିଯାଉଛି ପରମ୍ପରା: ରଥକାଠ ଯୋଗାଇ ପାରୁନି ନୟାଗଡ଼ ବନଖଣ୍ଡ

ସଂକଟ ମଧ୍ୟକୁ ଚାଲିଯାଉଛି ପରମ୍ପରା: ରଥକାଠ ଯୋଗାଇ ପାରୁନି ନୟାଗଡ଼ ବନଖଣ୍ଡ

ନୟାଗଡ଼ : ଜଗନ୍ନାଥଙ୍କ ଆଦି କ୍ଷେତ୍ର ହେଉଛି ନୟାଗଡ଼ ଜିଲ୍ଲା। ମହାପ୍ରଭୁ ଜଗନ୍ନାଥଙ୍କଠାରୁ ଆରମ୍ଭ କରି ରଥଯାତ୍ରା ପରମ୍ପରାର ଏକ ଅନନ୍ୟ ସମ୍ପର୍କ ନୟାଗଡ଼ ଜିଲ୍ଲା ସହିତ ରହିଛି। ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ନୟାଗଡ଼ ବନଖଣ୍ଡରୁ କେଉଁ କାଳରୁ କାଠ ଯୋଗାଣ ହେଇଆସୁଛି। ତେବେ, ଏହି ପରମ୍ପରା କିଛି ବର୍ଷ ହେବ ସଂକଟ ମଧ୍ୟକୁ ଠେଲି ହୋଇଯାଇଥିବା ଜଣାପଡ଼ିଛି। ଫଳରେ ରଥ ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା ୮୬୫ ଖଣ୍ଡ କାଠ ନୟାଗଡ଼ ବନଖଣ୍ଡର ବିଭିନ୍ନ ବନାଞ୍ଚଳ ଯୋଗାଇବାରେ ଫେଲ୍‌ ମାରୁଛନ୍ତି। ଏହି ଅନନ୍ୟ ପରମ୍ପରା କ୍ରମେ ଦୁର୍ବଳ ହେଉଥିବାରୁ ନୟାଗଡ଼ ଜିଲ୍ଲାବାସୀ ତଥା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। କ୍ରମେ ଏହି ପରମ୍ପରା ଯେ ଆହୁରି ଦୁର୍ବଳ ହୋଇଯିବ, କେବଳ ବିଧି ରକ୍ଷା ଲାଗି ନୟାଗଡ଼ ବନଖଣ୍ଡ କାଠ ଯୋଗାଇବା ଏହା ବନଖଣ୍ଡ କର୍ତ୍ତୃପକ୍ଷଙ୍କ ସୂଚନାରୁ ସ୍ପଷ୍ଟ ହୋଇଯାଉଛି।

publive-image Twitter

ସୂଚନା ଅନୁସାରେ, ଚଳିତବର୍ଷ ନୟାଗଡ଼ ବନଖଣ୍ଡକୁ ୭୮୫ ଖଣ୍ଡ କାଠ ମଗାଯାଇଥିଲା। ଏତିକି ସଂଖ୍ୟକ କାଠ ଯୋଗାଣ ନେଇ ସନ୍ଦେହ ପ୍ରକ‌ାଶ ପାଇଛି। ଫଳରେ, ନୟାଗଡ଼ ବନଖଣ୍ଡରୁ କମ୍‌ ବୌଦ୍ଧରୁ ଅଧିକ ଯୋଗାଣ ହେବାର ଯୋଜନା ରହିଥିବା ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇସାରିଛନ୍ତି। କେତେଖଣ୍ଡ ନୟାଗଡ଼ରୁ ଏବଂ ଆଉ କେତେ ଖଣ୍ଡ ବୌଦ୍ଧରୁ ଆସିବ, ସେ ନେଇ ଡିଏଫ୍‌ଓ ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଧୀରେ ଧୀରେ ରଥ ନିର୍ମାଣ ହେବା ଭଳି ଉପଯୁକ୍ତ କାଠ ନୟାଗଡ଼ ବନଖଣ୍ଡରୁ ସରିଯାଉଛି। ଡିଏଫ୍‌ଓ ଶ୍ରୀ ଷଡ଼ଙ୍ଗୀ ଏ ସମ୍ପର୍କରେ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି ପ୍ରତିବର୍ଷ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଆବଶ୍ୟକ କରୁଥିବା କାଠ ଆମେ ଯୋଗାଇବୁ ଖୁବ୍‌ଶୀଘ୍ର ନୟାଗଡ଼ରୁ କାଠ ‌ଯୋଗାଇବା ପରମ୍ପରା ବନ୍ଦ ହୋଇଯିବ। ଲୋକଙ୍କ ଭାବାବେଗକୁ ଦେଖି ଆମେ ନୟାଗଡ଼ ଓ ବୌଦ୍ଧ ଉଭୟରୁ କାଠ ପ୍ରଦାନ ବ୍ୟବସ୍ଥା କରୁଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe