କଟୁରିରେ ହାଣି ଯୁବତୀଙ୍କୁ ହତ୍ୟା: ସନ୍ଦେହରେ ପରିବାର ଲୋକେ

କଟୁରିରେ ହାଣି ଯୁବତୀଙ୍କୁ ହତ୍ୟା: ସନ୍ଦେହରେ ପରିବାର ଲୋକେ

image source-youtube

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ବିଜୟନଗର ଗ୍ରାମରେ ଜଣେ ଯୁବତୀ ହତ୍ୟାର ଶିକାର ହୋଇଛନ୍ତି। ଯୁବତୀଙ୍କ ନାମ ମମତା ରାଉତ(୨୬)।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମମତା ପରିବାରବର୍ଗଙ୍କ ସହ ଖାଇପିଇ ଶୋଇଥିଲେ। ତେବେ ରହସ୍ୟଜନକ ପରିସ୍ଥିତିରେ ଆଜି ସକାଳୁ ମମତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ପ୍ରହ୍ଲାଦ ରାଉତ ଗଣିଆ ଥାନାରେ ଅଭିଯୋଗ କରିଛନ୍ତି। ମମତାଙ୍କ ମୁଣ୍ଡକୁ କଟୁରିରେ ଏକାଧିକ ଚୋଟ ପକାଯାଇଥିବା ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟ କଥା ହେଲା ପରିବାରବର୍ଗଙ୍କ ସହ ଶୋଇଥିବା ମମତାଙ୍କୁ ଘରେ ପଶି କେହି ଦୁର୍ବୃତ୍ତ ଏଭଳି ଆକ୍ରମଣ କରିଲା ଏବଂ ପରିବାରବର୍ଗ ଜାଣି ପାରିଲେନି କେମିତି। ଏହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଘରର ଦୁଇପାର୍ଶ୍ବରୁ କବାଟ ବନ୍ଦ ଥିବା ଖୋଦ ପରିବାର ଲୋକ କହିଛନ୍ତି। ମମତାଙ୍କର ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ବେଳେ, ପରିବାର ଲୋକ ଏହାକୁ ବିରୋଧ କରୁଥିବା ପୁଲିସ ତଥା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଏଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ପଛରେ ପରିବାର ଲୋକଙ୍କ ସଂପୃକ୍ତି ରହିଥିବା ସନ୍ଦେହ ବଢୁଛି। ଗଣିଆ ଥାନା ଓଆଇସି ଜୟପ୍ରକାଶ ପରିଡ଼ା ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe