ନୟାଗଡ଼ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ଏନ୍‌‌ଏଚ୍‌ଆର୍‌ସିରେ ମାମଲା

କାର୍ଯ୍ୟାନୁଷ୍ଠାନ, ୩୦ଲକ୍ଷ କ୍ଷତିପୂରଣ ଦାବି

ଜୀବିତ ଡମୁ ଶବରଙ୍କୁ ମୃତ ତାଲିକାରେ ରଖିବା ଘଟଣା: ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

NHRC

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଓଡଗାଁ ଅଞ୍ଚଳର ୧୧ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିବା ବେଳେ ମାମଲା ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି)ରେ ପହଞ୍ଚିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁ‌ଷ୍ଠାନ ସହ ପୀଡ଼ିତାଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ‘ନ୍ୟାୟ ପାଇଁ ଲଢେଇ ପରିବାର’ ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଅଭିଯୋଗ କରିଛନ୍ତି। ଘଟଣାକୁ ଗୁରୁତର ସହ ନିଆଯାଇ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ କେସ ନମ୍ବର ୧୪୯୧/୨୦୨୪ରେ ମାମଲା ରୁଜୁ କରାଯାଇଛି।

ଶ୍ରୀ ଦାଶ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୧୭ ତାରିଖ ଦିନ ନାବାଳିକା ଜଣଙ୍କ ତାଙ୍କ ଘର ପାଖରେ ଥିବା ଏକ ଦୋକାନରୁ ଆଳୁ କିଣି ଘରକୁ ଫେରୁଥିଲେ। ଅଧାବାଟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ସେ ପ୍ରତିବାଦ କରିବାରକୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏତିକିରେ ଅଟକିନଥିଲେ ଯୁବକ। ଆକ୍ରମଣ ପରେ ଶେଷରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନାବାଳିକାଙ୍କ ପରିବାରଲୋକ ଓଡ଼ଗାଁ ଥାନାରେ ଅଭିଯୋଗ ପରେ ପୁଲିସ କେସ ନମ୍ବର ୨୩/୨୦୨୪ରେ ମାମଲା ରୁଜୁକରି ଚୁପ ବସିଛି। ଆଶ୍ଚର୍ଯ୍ୟର କଥା ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲେ ବି ପୁଲିସ ଦୁଷ୍କର୍ମ ଦଫା କାଟି ମାମଲା ରୁଜୁ କରିଛି। ଏପରିକି ଘଟଣାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଅଭି‌ଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଅଭିଯୁକ୍ତଙ୍କ ପ୍ରତି ପୁଲିସର କୋହଳ ମନୋଭାବ ଯୋଗୁଁ ସେମାନେ ନାବାଳିକାର ଘରେ ପଶି ଜିନିଷ ପତ୍ର ଫୋପଡାଫିଙ୍ଗା କରିବା ସହ ନାବାଳିକା ଜଣଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଆହତ ହୋଇ ନାବାଳିକା ଜଣଙ୍କ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି ବୋଲି ଶ୍ରୀ ଦାଶ ଅଭିଯୋଗରେ ଦର୍ଶାଇଛନ୍ତି। ଏନ୍‌ଏଚ୍‌ଆର୍‌ସି କମିସନ ମାମଲାରେ ହସ୍ତକ୍ଷେପ କରି ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ଦାଶ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe