୨୬ରେ ନୟାଗଡ଼ ଓ ମହିପୁର ରେଳ ଲାଇନ୍‌କୁ ସମର୍ପିତ କରିବେ କେନ୍ଦ୍ରମନ୍ତ୍ରୀ

Advertisment
୨୬ରେ ନୟାଗଡ଼ ଓ ମହିପୁର ରେଳ ଲାଇନ୍‌କୁ ସମର୍ପିତ କରିବେ କେନ୍ଦ୍ରମନ୍ତ୍ରୀ

India Rail Info

ଭୁବନେଶ୍ବର: ଆସନ୍ତା ୨୬ ତାରିଖ (ଗୁରୁବାର)ରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଷ୍ଟିଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ଼ ଓ ମହିପୁର ରେଳ ଲାଇନକୁ ଦେଶ ପାଇଁ ସମର୍ପିତ କରାଯିବ। ଏଥିସହ କେନ୍ଦ୍ରମନ୍ତ୍ରୀ ନୟାଗଡ଼ ଟାଉନ ଷ୍ଟେସନଠାରେ ଖୋର୍ଦ୍ଧା ରୋଡ-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜର ଟ୍ରେନକୁ ମହିପୁର ପର୍ଯ୍ୟନ୍ତ ସମ୍ପ୍ରସାରଣର ଶୁଭାରମ୍ଭ କରିବେ। ଗୁରୁବାର ସକାଳେ ଶ୍ରୀ ପ୍ରଧାନ ଭୁବନେଶ୍ୱର ରେଳଷ୍ଟେସନଠାରେ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନାଲକୋ ଦ୍ୱାରା ପ୍ରାୟୋଜିତ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିସହ ଅସଂରକ୍ଷିତ ଟ୍ରେନ ଟିକେଟରେ ଇଂରାଜୀ, ହିନ୍ଦୀ ସହିତ ଓଡ଼ିଆ ଭାଷା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରାଇବେ।

ଭୁବନେଶ୍ୱର ରେଳ ଷ୍ଟେସନଠାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସାଂସଦ ରଘୁନାଥ ମହାପାତ୍ରଙ୍କ ସମେତ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିବେ। ସେହିପରି ନୟାଗଡ଼ ଟାଉନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅରୁଣ କୁମାର ସାହୁ, ସାଂସଦ ପିନାକୀ ମିଶ୍ର ଓ ଅଚ୍ୟୁତ ସାମନ୍ତଙ୍କ ସହିତ ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe