ପୂର୍ବତନ ପାରଳା ନଗରପାଳଙ୍କ ବିରୋଧରେ ଏନ୍‌ବିଡବ୍‌ଲ୍ୟୁ

ପୂର୍ବତନ ପାରଳା ନଗରପାଳଙ୍କ ବିରୋଧରେ ଏନ୍‌ବିଡବ୍‌ଲ୍ୟୁ

ବ୍ରହ୍ମପୁର/ପାରଳାଖେମୁଣ୍ଡି : ଦୁର୍ନୀତି ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଭିଜିଲାନସ୍‌ ମାମଲାରେ ଛନ୍ଦି ହୋଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପାଳିକାର ପୂର୍ବତନ ବିଜେଡି ନଗରପାଳ ପିନିଣ୍ଟି କ୍ରିଷ୍ଣାଙ୍କ ବିରୋଧରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନସ୍‌ ଅଦାଲତଙ୍କ ପକ୍ଷରୁ ଏନ୍‌ବିଡବଲ୍ୟୁ ଜାରି ହୋଇଛି। ଏହା ପାରଳା ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ୨୦୦୯-୧୦ ମସିହାରେ ପାରଳା ପୌରପାଳିକା ତରଫରୁ କିଛି ସାମଗ୍ରୀ ଏବଂ ବିଦ୍ୟୁତ ସରଞ୍ଜାମ କ୍ରୟ କରା ଯାଇଥିଲା। ପରବର୍ତ୍ତୀ ସମୟରେ ଏହା ବେଆଇନ ପ୍ରକ୍ରିୟାରେ ତଥା ମିଥ୍ୟା ଟେଣ୍ଡର ମାଧ୍ୟମରେ କ୍ରୟ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ବେଳେ ନଗରପାଳ ପି.କ୍ରିଷ୍ଣା ଏବଂ କାଯ୍ୟର୍ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କୁ ଭିଜିଲାନ୍ସ ଅଦାଲତରୁ ସମନ ଆସିଥିଲା। ତେବେ ପୂର୍ବତନ ନଗରପାଳ ପି.କ୍ରିଷ୍ଣା ବାରମ୍ବାର ସମନ୍‌ ସତ୍ୱେ ଭିଜିଲାନ୍ସ ଅଦାଲତରେ ଉପସ୍ଥିତ ହେଲେ ନାହିଁ। ଫଳରେ, ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe