ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ ଏନ୍‌ଏସି ଜମାଦାର

Advertisment
ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ ଏନ୍‌ଏସି ଜମାଦାର

ବରଗଡ଼/ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟରତ ଜମାଦାର ଦୀନବନ୍ଧୁ ପଣ୍ତା ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା ଅନୁସାରେ, ସନ୍ତୋଷ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କଠାରୁ ହୋଲ୍‌ଡିଂ ନମ୍ବର ପରିବର୍ତ୍ତନ ଏବଂ ନୂଆ ଘରର ହୋଲ୍‌ଡିଂ ଟିକସ୍‌ରେ ରିହାତି କରିବାକୁ ଶ୍ରୀପଣ୍ଡା ୨୫ହଜାର ଟଙ୍କା ଦାବି କରିଥିଲେ। ଏନେଇ ସନ୍ତୋଷ ଭିଜିଲାନ୍ସ ଟିମ୍‌କୁ ଖବର ଦେଇଥିଲେ। ପୂର୍ବ ଯୋଜନା ଅନୁସାରେ ସନ୍ତୋଷ ରସାୟନିକ ପ୍ରଳେପ ଦିଆ ୨୫ହଜାର ଟଙ୍କାନେଇ ଜମାଦାର ଶ୍ରୀ ପଣ୍ଡାଙ୍କୁ ଦେଇଥିଲେ। ଏତିକିବେଳେ ଭିଜିଲାନ୍ସ ଟିମ୍‌ ଟଙ୍କା ସହ ତାଙ୍କୁ ଧରିଥିଲା। ତାଙ୍କ ପଦ୍ମପୁରର ଥାନାପଡ଼ାସ୍ଥିତ ବାସଗୃହ ଓ ଅଫିସ୍‌ରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରିଛି। ଏହାପରେ, ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe