କଟକରେ ଏନ୍‌ସିସିର ୭୬ତମ ବାର୍ଷିକ ସମାରୋହ: ସାମିଲ ହେଲେ ୫ହଜାର କ୍ୟାଡେଟ୍‌

Advertisment

ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶାଳୟ ପକ୍ଷରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୭୬ତମ ବାର୍ଷିକ ସମାରୋହ କଟକସ୍ଥିତ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା

ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶାଳୟ ପକ୍ଷରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୭୬ତମ ବାର୍ଷିକ ସମାରୋହ କଟକସ୍ଥିତ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା

fshhffhsfh

କଟକ: ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶାଳୟ ପକ୍ଷରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୭୬ତମ ବାର୍ଷିକ ସମାରୋହ କଟକସ୍ଥିତ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ତଥା କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ସୂରଜ୍ ସୂର୍ଯ୍ୟବଂଶୀ, ସମ୍ମାନିତ ଅତିଥି ଭାବେ ରାଜ୍ୟ ଏନ୍‌ସିସି ନିର୍ଦ୍ଦେଶାଳୟର ଉପ-ମହାନିର୍ଦ୍ଦେଶକ କମୋଡୋର୍ ମହେଶ ରାହାଙ୍ଗଡାଲି, ନିର୍ଦ୍ଦେଶକ ସାଗର ମହାନ୍ତି, ଗ୍ରୁପ୍‌ କ୍ୟାପଟେନ୍‌ ଅମିତ୍ ସାଙ୍ଗୱାନ୍‌, କଟକ ଗ୍ରୁପ୍‌ର କମାଣ୍ଡର୍‌ କର୍ଣ୍ଣେଲ ସତ୍ୟବ୍ରତ ସ୍ବାଇଁ ପ୍ରମୁଖ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଏନ୍‌ସିସିର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏନ୍‌ସିସି କ୍ୟାଡେଟ୍‌ଙ୍କ ଦ୍ବାରା ଆୟୋଜିତ ପ୍ୟାରେଡରେ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ଅଭିବାଦନ ଗ୍ରହଣ କରିଥିଲେ। ଉତ୍ସବ ପାଳନ ଅବସରରେ ସମାଜସେବା, ତ୍ୟାଗ ତଥା ରାଷ୍ଟ୍ର ନିର୍ମାଣ ପ୍ରତି ଏନ୍‌ସିସିର ପ୍ରତିବଦ୍ଧତାକୁ ଦର୍ଶାଇବା ପାଇଁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।

ଉତ୍ସବରେ କ୍ୟାଡେଟ୍‌ମାନଙ୍କ ଦ୍ବାରା ଗୋଷ୍ଠୀ ସେବା, ସ୍ୱଚ୍ଛତା ଅଭିଯାନ ଶିକ୍ଷା, ବିପର୍ଯ୍ୟୟ ପରିଚାଳନା କୌଶଳ, ପରିବେଶ ସଂରକ୍ଷଣ ଶିକ୍ଷା ଓ ଭାରତୀୟ ସେନାବାହିନୀର ବୀରତ୍ବ ଏବଂ ସାହସିକତା, ବଳିଦାନ ସମ୍ବନ୍ଧୀୟ ଫଟୋଚିତ୍ର ପ୍ରଦର୍ଶନ ହୋଇଥିଲା। ଏହା ସହ ଆଇଏନ୍‌ଏସ୍‌ ଚିଲିକା ପାଇପ୍ ବ୍ୟାଣ୍ଡ, ଆର୍ମି ଏୟାର ଡିଫେନ୍ସ ମିଲିଟାରି ବ୍ୟାଣ୍ଡ ଦ୍ୱାରା ଏକ ବିଶେଷ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ୫ ହଜାରରୁ ଅଧିକ ସ୍କୁଲ ଓ କଲେଜର ଏନ୍‌ସିସି କ୍ୟାଡେଟ୍‌ ଯୋଗ ଦେଇଥିଲେ। ସଭାରେ ଉଲ୍ଲେଖନୀୟ କାର୍ଯ୍ୟା ପାଇଁ ବହୁ କ୍ୟାଡେଟ୍ ଓ ଏନ୍‌ସିସି ଅଧିକାରୀଙ୍କୁ ମନ୍ତ୍ରୀ ପୁରସ୍କୃତ କରିଥିଲେ। କ୍ୟାଡେଟ୍‌ମାନଙ୍କ ପକ୍ଷରୁ ଷ୍ଟଲ୍‌ ଖୋଲାଯାଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରଶିକ୍ଷଣ ଅଧିକାରୀ କର୍ଣ୍ଣେଲ ଅକ୍ଷୟ କୁମାର ଦାଶ ପରିଚାଳନା କରିଥିବା ବେଳେ କର୍ଣ୍ଣେଲ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe